ଢେଙ୍କାନାଳରେ ସିଭିଲ କୋର୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସିଭିଲ କୋର୍ଟ ଢେଙ୍କାନାଳ ଅନୁକୁଲ୍ୟରେ ବିଭିନ୍ନ ଅଦାଲତର ବିଚାରପତି ଓ କର୍ମଚାରୀଙ୍କ ଦ୍ୱାରା ଚାରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ସିଭିଲ କୋର୍ଟ, ବନ ବିଭାଗ, ଢେଙ୍କାନାଳଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ପ୍ରସ୍ତାବିତ ନୂତନ କୋର୍ଟ ବିଲଡିଙ୍ଗ ସ୍ଥାନ, ମହିଷାପାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ସହିତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଚାରାରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକଅଦାଲତ ଅଧ୍ୟକ୍ଷ ବିରଂଚି କୁମାର ରଥ, ପାରିବାରିକ ଅଦାଲତର ବିଚାରପତି ଦୀପ୍ତି ରଂଜନ କାନୁନଗୋ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ (ଭିଜିଲାନ୍ସ) ପ୍ରତିମା ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜେଷ୍ଟ୍ରାଟ ସିଭିଲ କୋର୍ଟ ସଞ୍ଜିତ କୁମାର ବେହେରା, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅରୁଣ ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି(ମହିଳାଙ୍କ ଅଦାଲତ) ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ଦ୍ୱତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ/ନିଶା ଅଗ୍ରୱାଲ, କୋର୍ଟ ମ୍ୟାନେଜର ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ସିଭିଲ କୋର୍ଟ/ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରି ଚାରରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ରେଞ୍ଜ ଅଫିସର ମନୱର ଖାଁ, ଢେଙ୍କାନାଳ ବନପାଳ ହିମାଂଶୁ ପୃଷ୍ଟି ଚାର ଯୋଗାଇବା ସହିତ ଚାରା ରୋପଣ କରିବା ନିମନ୍ତେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି