ବିଶାଖାପାଟଣାରେ ସ୍ୱାଧୀନତା ଦିବସ ପାଳନ

ବିଶାଖାପାଟଣା: 72ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜି ଶ୍ରୀନିବାସ ରାଓ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ | ଗୀତମ ବିଶ୍ୱବିଦ୍ୟାଳୟର ମୁଖ୍ୟ ଡ଼. ଏମଭିଭିଏସ ମୂର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ସହ ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଇ ଥିଲେ | ଏଥିରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ |