ବିପ୍ଳବ ପାତ୍ର – ଏକ ଉଜ୍ଵଳ ରାଜନୈତିକ ସମ୍ଭାବନା

ଆଜି ଦିଗପହଣ୍ଡି କାହିଁକି ସମଗ୍ର ଓଡ଼ିଶାରେ ବିପ୍ଳବ ପାତ୍ର ଏକ ଚର୍ଚ୍ଚିତ ନାମ। ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଲା ଗତ କିଛି ଦିନ ମଧ୍ୟରେ ଦିଗପହଣ୍ଡିରେ ଘଟିଯାଇଥିବା ରାଜନୈତିକ ଘଟଣା କ୍ରମ। ତେବେ କିଏ ଏହି ବିପ୍ଳବ ପାତ୍ର ? କ’ଣ ତାଙ୍କର ପ୍ରକୃତ ପରିଚୟ ?? କେତେ ଜାଣୁ ଆମେ ମାନେ ତାଙ୍କୁ ???

ବିପ୍ଳବ ପାତ୍ର କିଏ ଏକଥା ମୁଁ ଆପଣ ମାନଙ୍କୁ ଅତି ସରଳ ଭାବରେ ବୁଝାଇ ପାରିବାରେ ସକ୍ଷମ ହେବି ବୋଲି ଚିନ୍ତା କରି ପାରୁଛି , କାରଣ ବିପ୍ଳବ ପାତ୍ରଙ୍କୁ ମୁଁ ବହୁତ ଦିନରୁ ଜାଣେ। ଆମ ଭିତର ସମ୍ପର୍କ ଅତି ନିବିଡ଼ ଏବଂ ଅତି ପୁରାତନ।

ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ଓ ସାମାଜିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁରଠାରେ ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ବିପ୍ଳବ ପାତ୍ର ଜନ୍ମ ଗ୍ରହଣ କରନ୍ତି। ପାଖାପାଖି ଆଠ ଦଶନ୍ଧି ଧରି ତାଙ୍କ ପରିବାର ଗଂଜାମ ରାଜନୀତି ସହିତ ସଂଶ୍ଳୀଷ୍ଟ ।ତାଙ୍କ ପିତାମହ ସ୍ୱର୍ଗତ କାଶୀନାଥ ପାତ୍ର ଜଣେ ସ୍ଵାଧିନତା ସଂଗ୍ରାମୀ ଥିଲେ । ସ୍ଵାଧିନତା ସଂଗ୍ରାମରେ ଭାଗ ନେଇ ସେ ନିଜ ଜୀବନର ମୂଲ୍ୟବାନ 7 ବର୍ଷ କାଳ କାରାଗାର ଭୋଗିଥିଲେ।

ବିପ୍ଳବଙ୍କ ପିତା ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓଡିଶା ଅଣକଂଗ୍ରେସ ରାଜନୀତିର ଜଣେ ବରିଷ୍ଠ କର୍ଣ୍ଣଧାର ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ପ୍ରଥମେ ମୋହନା ଓ ପରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରୁ ଲଗାତର 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ହେବା ସହ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ ସାମ୍ବିଧାନିକ ପଦବୀକୁ ମଧ୍ୟ ସୁଚାରୁ ରୂପେ ପରିଚାଳନା କରିବାରେ ସକ୍ଷମ ହୋଇଥିଲା । ତାଙ୍କର ବଳିଷ୍ଠ ସାଙ୍ଗଠିନକ ଦକ୍ଷତା ଯୋଗୁଁ ତାଙ୍କୁ ବିଜୁ ଜନତା ଦଳର ଉପସଭାପତି ଦାୟିତ୍ୱ ମଧ୍ୟ ଦିଆଯିଆଥିଲା। କ୍ଷମତା ଭିତରେ ଓ ବାହାରେ ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ କାଳ ସେ ଓଡିଶା ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ଜୀବନ ଓ ରାଜନୈତିକ ଜୀବନକୁ ନେଇ ରାଜନୀତି ବିଜ୍ଞାନର ଯେକୌଣସି ଛାତ୍ର “ଅର୍ଦ୍ଧ ଶତାଦ୍ଧୀର ସୂର୍ଯ୍ୟ ” ଉପରେ ଗବେଷଣା କରିବା ପାଇଁ ଯଥେଷ୍ଟ ସମ୍ଭାବନା ଉପଲବ୍ଧ |

ଏଭଳି ଏକ କ୍ଷାତିସଂପନ୍ନ ପରିବାରରେ ଜନ୍ମ ହୋଇଥିବା ବିପ୍ଳବ ପାତ୍ରଙ୍କ ପ୍ରାଥମିକ ଶିକ୍ଷା ବ୍ରହ୍ମପୁର ସହରର ପ୍ରତିଷ୍ଠିତ S.T. Vincent Convent ସ୍କୁଲରୁ ଆରମ୍ଭ ହୋଇଥିଲା। ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲରୁ ସପ୍ତମ ଯାଏଁ ଶିକ୍ଷା ସମାପ୍ତ କଲାପରେ ସେ ବେଙ୍ଗଲୋର ନିକଟରେ ଥିବା ଏକ ଘରୋଇ ଆବାସିକ ବିଦ୍ୟାଳୟରୁ କୃତିତ୍ତ୍ୱର ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିଲେ। ଭୁବନେଶ୍ୱରର ପ୍ରତିଷ୍ଠିତ ବିଜେବି କଲେଜରୁ ନିଜର +2 ଶିକ୍ଷା ଶେଷ କଲାପରେ ସେ ସ୍ନାତକର ପ୍ରଥମ ବର୍ଷ କଲିକତାର ସେଣ୍ଟ ଜାଭିଏର କଲେଜ ଏବଂ ଅବଶିଷ୍ଟ ସମୟ ବିଜେବି କଲେଜ, ଭୁବନେଶ୍ୱରରୁ ଶିକ୍ଷା ଲାଭ କରିଥିଲେ।

ପରେ ସେ IILM ଦିଲ୍ଲୀରୁ ଆନ୍ତର୍ଯ୍ୟାତିୟ ବାଣିଜ୍ୟ ବିଷୟରେ ବାଣିଜ୍ୟ ପରିଳନାରେ ନିଜର ସ୍ନାତକୋତ୍ତର ଡିଗ୍ରୀ (MBA) ହାସଲ କରିବା ସହ KU LEVENS, ବେଲଜିଅମରୁ ଅନ୍ତର୍ଜାତିକ ଅର୍ଥନୀତିରେ ଅନ୍ୟ ଏକ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇଥିଲେ।

ଶିକ୍ଷା ସମାପ୍ତି ପରେ ସେ ସନରାଇଜ ଇଣ୍ଡିଆ ଲିମିଟେଡ଼ ଓ କୋକାକୋଲା ଲିମିଟେଡ଼ ଭଳି କିଛି କମ୍ପାନୀରେ ଅଳ୍ପ କିଛିଦିନ ପାଇଁ କାମ କରିଥିଲେ। କିନ୍ତୁ ସ୍ୱାଧିନ ଚେତା ବିପ୍ଳବ ପରେପରେ ଚାକିରୀ ଛାଡି ନିଜ ବ୍ୟବସାୟିକ ସଂସ୍ଥା ଆରମ୍ଭ କରିବା ସହ ପର୍ଦା ପଛରେ ରହି ବାପାଙ୍କୁ ରାଜନୀତିରେ ସହଯୋଗ କରୁଥିଲେ।

ଏକ ବିଶିଷ୍ଟ ରାଜନୈତିକ ପରିବାରରୁ ଆସିଥିବା ଯୋଗୁଁ ଛାତ୍ର ଜୀବନରୁ ହିଁ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ଛାତ୍ର ରାଜନୀତିରେ ସଂଶ୍ଳୀଷ୍ଟ ଥିଲେ । 1998 ରେ ବିଜୁ ଜନତା ଦଳ ଗଠନ ହେବାପରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ଜଣେ ସକ୍ରିୟ ସଭ୍ୟ ହିସାବରେ ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାକୁ ନିଷ୍ଠା ଓ ଶୃଙ୍ଖଳାର ସହିତ ନିର୍ବାହ କରି ଆସିଛନ୍ତି।

ଆଜି ସେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଜଣେ ସଦସ୍ୟ ହେବା ସହ ବିଜେଡି ଦଳର ଜଣେ ଆଗ ଧାଡ଼ିର ନେତା ହିସାବରେ ପରିଗଣିତ ହୋଇ ପାରିଛନ୍ତି | ନିଜ ବାପା ପ୍ରତିଷ୍ଠାତା ସଦସ୍ୟ ରହିଥିବା ଦଳର ସେ ହେଉଛନ୍ତି ଜଣେ ଶୃଙ୍ଖଳିତ ଓ ସମର୍ପିତ ସୈନିକ । ସଂପ୍ରତୀକ ରାଜ୍ୟ ରାଜନୈତିକ ଦୃଶ୍ୟ ପଟରେ ବିପ୍ଳବ ପାତ୍ରଙ୍କ ପରିବାର ଦଳମତ ନିର୍ଵିଶେଷରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଏକି ସୁନ୍ଦର ପାରିବାରିକ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛି । ଆଜି ରାଜ୍ୟ ବିଧାନ ସଭାର ଅର୍ଦ୍ଧଶତକରୁ ଉର୍ଦ୍ଧ ବିଧାୟକ ବିପ୍ଳବ ପାତ୍ରଙ୍କ ବନ୍ଧୁ କିମ୍ବା ସହକର୍ମୀ କିମ୍ବା ସମସାମୟିକ ଶୁଭାକାଂକ୍ଷୀ।

ବୈବାହିକ ଜୀବନରେ ରୌପ୍ୟଦୟନ୍ତି ସଦ୍ୟ ଅତିକ୍ରମ କରି ସାରିଥିବା ବିପ୍ଳବ ପାତ୍ର ଈଶ୍ୱରଙ୍କ ଆଶୀର୍ବାଦରୁ ଆଦିତ୍ୟ ପାତ୍ର ନାମକ ଏକ ସୁଯୋଗ୍ୟ ସନ୍ତାନର ଜନକ, ଯିଏ ସିଙ୍ଗାପୁର ୟୁନିଭରସିଟିରେ ଏକାଉଣ୍ଟିଙ୍ଗ ଓ ଫାଇନାନ୍ସ ଭଳି ଦୁଇଟି ଗୁରୁତ୍ୱପୂର୍ଣ ବିଷୟ ଉପରେ ସ୍ନାତକ ଶ୍ରେଣୀରେ ଅଧ୍ୟୟନରତ।

ବିପ୍ଳବ ପାତ୍ର ନିଜେ ଜଣେ ଦକ୍ଷ ବ୍ୟବସାୟୀ । ସେ I.T. Consultancy ଏବଂ ଅନ୍ୟାନ୍ୟ Consultancy ବ୍ୟବସାୟ ସହିତ ଜଡିତ। ତାଙ୍କ ପତ୍ନୀ ଶ୍ରୀମତୀ ସୁମନ ପାତ୍ର ଜଣେ Charted Accountant ଏବଂ ଦୀର୍ଘ 22 ବର୍ଷ ହେଲା ସେ ଏହାକୁ ପେଶା ରୂପେ ଗ୍ରହଣ କରି ଆସୁଛନ୍ତି। ବିପ୍ଳବ ପାତ୍ରଙ୍କ ଭାଇ Dr. ସଂଗ୍ରାମ ପାତ୍ର ଜଣେ ପ୍ରତିଷ୍ଠିତ ଓରାଲ ଏଣ୍ Maxofacial ସର୍ଜନ । ତାଙ୍କ ଭଉଣୀ ସ୍ୱାଧୀନ ପାତ୍ର ଦନ୍ତ ବିଭାଗର (Endodentics & Conservative Dentistry) ଜଣେ ବରିଷ୍ଠ ପ୍ରଧ୍ୟାପିକା ରୂପେ ଭୁବନେଶ୍ୱର KIMSରେ କାର୍ଯ୍ୟରତ।

ଶ୍ରୀ ବିପ୍ଳବ ପାତ୍ର ନିଜେ ଏକା ଧାରାରେ ଜଣେ ଭଲ ପାଠକ, ଜଣେ ଉଚ୍ଚଶିକ୍ଷିତ, ଜଣେ ଭଲ ପରିବ୍ରାଜକ, ଜଣେ ଭଲ ରାଜନୀତିଜ୍ଞ ତଥା ସର୍ବୋପରି ଜଣେ ଭଲ ମଣିଷ।ସମୟଠାରୁ ସବୁବେଳେ ଆଗରେ ଥିବା ତଥା ପ୍ରକୃତିର ନିର୍ଣ୍ଣୟ ଉପରେ ଅନେକ କିଛି ନିଷ୍ପତ୍ତିକୁ ଛାଡିଦେଉଥିବା ବିପ୍ଳବ ପାତ୍ର ଜଣେ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ଓ ଖୋଲା ହୃଦୟର ମଣିଷଟିଏ । ମୁହରେ ରୁପା ଚାମୁଚ ନେଇ ଜନ୍ମ ହେଇଥିଲେ ମଧ୍ୟ ବିପ୍ଳବ ପାତ୍ର ସବୁବେଳେ ଅତି ସାଧାରଣ ଜୀବନ ଯାପନ କରିବାକୁ ଭଲ ପାଆନ୍ତି।

ବନ୍ଧୁ, ସହକର୍ମୀ, କର୍ମଚାରୀ କିମ୍ବା ଅନ୍ୟ ଯିଏ ହେଉନା କାହିଁକି ତାଙ୍କ ସହିତ ଯିଏ ବି ଅଧିକ ସମୟ ବିତାଇଥିବ ବିପ୍ଳବ ପାତ୍ର ନା ଶୁଣିଲେ ତା ଓଠରେ ଅଜାଣତରେ ହସ ଫୁଟି ଉଠିବା ନିହାତି ସାଧାରଣ କଥା । ଜନ୍ମରୁ ବିପ୍ଳବ ପାତ୍ର ଜଣେ ନେତା ହେବା ସହ ଆଜି ପର୍ଯ୍ୟନ୍ତ ସେ ଯେଉଁଠି ଅଛନ୍ତି, ନେତା ହିସାବରେ ରହି ଆସିଛନ୍ତି | ଜଣେ ବିଶ୍ୱ ଜନନାୟକ ହେବାର ସବୁ ସଦ୍ଗୁଣ ଈଶ୍ୱର ତାଙ୍କ ଭିତରେ ଭର୍ତ୍ତି କରି ଦେଇଛନ୍ତି |

ଏତେ ସବୁ ସଦ୍ଗୁଣର ଅଧିକାରୀ ହେବା ସତ୍ତ୍ୱେ ସେ କେବେ ନିଜ ଗୁଣର ଡିଣ୍ଡିମ ପିଟି ନାହାନ୍ତି | ଆଜିଯାଏଁ ସବୁବେଳେ ପର୍ଦା ପଛରେ ରାଜନୈତିକ ସମୀକରଣ ତିଆରି କରୁଥିବା ବିପ୍ଳବ ପାତ୍ର କେବେବି ନିଜେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାର ଚେଷ୍ଟା କରିନାହାନ୍ତି । ସବୁବେଳେ ପରଦା ପଛରେ ରହିବାକୁ ଶ୍ରେଷ୍ଠ ଭାବୁଥିବା ବିପ୍ଳବ ମିଡ଼ିଆ ଠାରୁ ନିଜକୁ ସଂପୂର୍ଣ୍ଣ ଦୁରେଇ ରଖିବାକୁ ଚେଷ୍ଟା କରି ଆସିଛନ୍ତି। ସାଂପ୍ରତିକ ଗଣମାଧ୍ୟମ ବି ପ୍ରକୃତ ବିପ୍ଳବ ପାତ୍ରଙ୍କୁ ଚିହ୍ନିବାକୁ କିମ୍ବା ଖୋଜିବାକୁ ଯଥାଯୁକ୍ତ ଚେଷ୍ଟା କରିନାହିଁ |

ବିଭନ୍ନ ଉତଥାନ ପତନ ଦେଇ ଗତି କରି ବିଭିନ୍ନ ରାଜନୈତିକ ବାଦବିବାଦରେ ଛନ୍ଦିହୋଇ ଆସିଥିବା ଏକ ପ୍ରତିଷ୍ଠିତ ରାଜେନୈତିକ ପରିବାରରୁ ଆସିଥିବା ଯୋଗୁଁ କିଛି ଶସ୍ତା ଗଣମାଧ୍ୟମ ଓ କିଛି ପୋଷା ସାମାଜିକ ଗଣମାଧ୍ୟମ ଅନେକ ଭିତିହୀନ, କପୋଳକଳ୍ପିତ ଓ ମିଥ୍ୟା ଅପପ୍ରଚାର କରି ବିପ୍ଳବ ପାତ୍ର ଓ ତାଙ୍କ ପରିବାରର ରାଜନୈତିକ ଭାବମୂର୍ତ୍ତିକୁ ମଳିନ କରିବାର ବୃଥା ପ୍ରୟାଶ ଜାରି ରଖିଛନ୍ତି । କିନ୍ତୁ ସମୟ ସ୍ରୋତରେ ଦିଗପହଣ୍ଡି ବାସୀ ଓ ରାଜ୍ୟବାସୀ ସତ୍ୟର ସନ୍ଧାନ ପାଇ ସାରିଛନ୍ତି। ସତ କେବେ ଲୁଚି ରହେନା ନ୍ୟାୟରେ ଦିନେନା ଦିନେ ସତ୍ୟ ଉନ୍ମୋଚିତ ହେବ। କାହାଣୀ ଶେଷରେ ଖଳନାୟକର ପତନ ଓ ନାୟକର ବିଜୟ ସୁନିଶ୍ଚିତ।

ସଂକ୍ଷେପରେ, ବିପ୍ଳବ ପାତ୍ର ଜଣେ ଦୁରଦୃଷ୍ଟି ସମ୍ପନ୍ନ, ଉଦାରମନା, ଦୃଢ଼ପ୍ରତିବଦ୍ଧ ଶିଳ, ସ୍ନେହ ପ୍ରେମ କାଙ୍ଗାଳ, ସରଳ, ନିଷ୍କପଟ ମଣିଷଟିଏ ହେବାସହ ଜଣେ ବାସ୍ତବ ଜନନାୟକ।
ଏକ ସୁଦୀର୍ଘ ରାଜନୈତକ ଭବିଷ୍ୟତ ତାଙ୍କ ନିମନ୍ତେ ଅପେକ୍ଷାରତ। ତାଙ୍କ ସୁନ୍ଦର ଅନାଗତ ରାଜନୈତିକ ଜୀବନ କାମନା କରି ଆଜିର ଲେଖା ଶେଷ କରୁଛି। ଆଗାମୀ ଦିନ ଗୁଡିକରେ ବିପ୍ଳବ ପାତ୍ରଙ୍କ ସହ ଜଡିତ ଅନେକ କଥା ଆପଣଙ୍କ ନିକଟରେ ଉପସ୍ଥାପନା କରିବାର ଚେଷ୍ଟା ଜାରିରହିବ।

ଇତି
ପ୍ରକୃତ ବିପ୍ଳବକୁ ଆବିଷ୍କାର କରିବାର ସୁଯୋଗ ପାଇଥିବା ଜଣେ ଶୁଭକାଂକ୍ଷୀ

“A LEADER TAKES PEOPLE WHERE THEY WANT TO GO. A GREAT LEADER TAKES PEOPLE WHERE THEY DON’T NECESSARILY WANT TO GO, BUT OUGHT TO BE”

  • ROSALYNN CARTER