ବାଲିଗୁଡ଼ାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବାଲିଗୁଡା(ସମୃଦ୍ଧଓଡିଶା) ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ମହସୀଙ୍ଗି ପଞ୍ଚାୟତର ଫାର୍ମ ହାଉସ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରି ଗୋଟି ବ୍ଲକ, ଏକ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ମହିଳା ମୋର୍ଚା, ବରିଷ୍ଠ ବିଜେଡି ନେତା, ଯୁବ ଛାତ୍ର, ବିଜୁ ପ୍ରେମୀ ସମସ୍ତ ପ୍ରାୟ ସାତ ହଜାରରୁ ଉର୍ଦ୍ଧ କର୍ମୀଙ୍କ ସମାବେଶ ହୋଇ ଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସାଂସଦ ଡ. ଅଚ୍ୟୁତ ସାମନ୍ତ, କଂଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ବାଲିଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଅଜୟ ମହାରଣା, ବାଲିଗୁଡ଼ା ସାଂସଦ ପ୍ରତିନିଧି ତଥା ବିଜେଡି ସଂଯୋଜକ ଶ୍ରୀ ଟୁନା ଦାସ ଓ ଜନ ପ୍ରତିନିଧି ମାନେ ଯୋଗ ଦେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଷଷ୍ଠ ଥର ପାଇଁ ବିଜେଡି ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଓ ୧୩୦ ଗୋଟି ବିଜେଡି ବିଧାନ ସଭା ଆସନ ଜିତିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ବାଲିଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଅଜୟ ମହାରଣାଙ୍କ ନେତୃତ୍ୱ ଓ ତାଙ୍କ ସାଙ୍ଗଠନିକ ପରାମର୍ଶ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।