ହରିହର ଉଚ୍ଚ ବିଦ୍ୟାଳୟ ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା(ସମୃଦ୍ଧଓଡିଶା)ହରିହର ଉଚ୍ଚ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୯୮୮, ୧୯୯୦ ଏବଂ ୧୯୯୩ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ଗତ ରବିବାର ଓ ସୋମବାର (ଡିସେମ୍ବର ୨୪-୨୫ ତାରିଖ) ଦୁଇ ଦିନ ଧରି ‘ଶ୍ରୀ କ୍ଷେତ୍ର’ ଧାମ ପୁରୀ ସହର ମଧ୍ୟରେ ବନ୍ଧୁମିଳନ ବୈଠକ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦୁଇଜଣ ମୁଖ୍ୟ ସଂଯୋଜକ ପ୍ରାକ୍ତନ ଛାତ୍ର ଶ୍ରୀ ସୁଧାଂଶୁ କୁମାର ବିଷୋୟୀ ଏବଂ ଶ୍ରୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ଦ୍ବାରା ସମ୍ଭବପର ହୋଇପାରିଥିଲା। ଏହି ବ୍ୟାଚ୍ ର ପ୍ରାୟ ୪୦ ଜଣ ଛାତ୍ର ଉପସ୍ଥିତ ଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯେଉଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ଛତ୍ରଛାୟାରେ ଏବଂ ଆଶିଷରେ ନିଜର ସୁଚାରିତ୍ରିକ, ଆଧ୍ୟାତ୍ମିକ, ନୈତିକ, ଲୌକିକ, ଉତ୍ତମ ନାଗରିକ ତଥା ଭବିଷ୍ୟତ ଜୀବନକୁ ସାଉଁଟି ପାରିଛନ୍ତି ସେହି ମହାମନ୍ୟା ଗୁରୁ ଏବଂ ଗୁରୁୁମା ମାନଙ୍କ ସ୍ମୃତିଚାରଣ କରିବା ଏବଂ ସେହି ଶୈକ୍ଷିକ ଅନୁଷ୍ଠାନର ସର୍ବାଙ୍ଗିନ ଉନ୍ନତିରେ ବଦ୍ଧପରିକର ହେବା। ଅନେକ ଦିବଙ୍ଗତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ସଂପ୍ରତି ଜୀବନ ଚଲାପଥରେ ଉଦ୍ଜୀବିତ ଥିବା ଏବଂ ଅବସର ପ୍ରାପ୍ତ ଜୀବନ ଅତିବାହିତ କରୁଥିବା ଗୁରୁ ଏବଂ ଗୁରୁମାମାନଙ୍କ ଆଶୀର୍ବାଦ ଭିକ୍ଷା କରି ସେମାନଙ୍କ ଦୀର୍ଘାୟୁ ଜୀବନର କାମନା କରାଯାଇଥିଲା। ପ୍ରାୟ ଦୀର୍ଘ ୩୫ ବର୍ଷ ତଳର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ପୁନର୍ବାର ସ୍ମୃତିଚାରଣକରି ନିଜ ନିଜକୁ ହଜାଇ ଦେଇ ସଭିଏଁ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରରେ ଏକାକାର ହୋଇଯାଇଥିଲେ। ସମସ୍ତ ପ୍ରାକ୍ତନ ଛାତ୍ର ଗୁରୁଜନଙ୍କ କୃପାରୁ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ନାଗରିକ ଏବଂ ଭଲ ମଣିଷଟିଏ ହୋଇପାରିଛନ୍ତି ଏବଂ ନିଜ ମାଟି ତଥା ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିପାରିଛନ୍ତି। ସେହି ଲବ୍ଧପ୍ରତିଷ୍ଠିତ, ସୁନାମଧନ୍ୟ ଏବଂ ଦେଶର ବିକାଶନ୍ମୋଖୀରେ ନିଜକୁ ହଜାଇ ଦେଇଥିବା ଉପସ୍ଥି୍ତ ପ୍ରାକ୍ତନ ଛାତ୍ରମାନଙ୍କ ନାମ ଗୁଡିକ ହେଲା ସର୍ବଶ୍ରୀ ତରୁଣ କୁମାର ଦାଶ, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ପଣ୍ଡିତ, ୟୁ. ତ୍ରିପତି ବାଲାଜୀ ଦୋରା, ଦେବାଶିଷ ସାହୁ, ସଞ୍ଜୀବ କୁମାର ସୁବୁଦ୍ଧି, ସୁନିଲ କୁମାର ରାଉତ, ସତ୍ୟବ୍ରତ ସାହୁ, ଏସ୍. ସୁଜିତ୍ କୁମାର ପୃଷ୍ଠି, ଏସ୍. ମହେଶ୍ କୁମାର ପୃଷ୍ଠି, ଟି. ସଞ୍ଜୀବ କୁମାର ପାତ୍ର, ଟି. ଦୀପକ କୁମାର ପାତ୍ର, ଡ. ଅରୁଣ କୁମାର ପାତ୍ର, ଅନିଲ କୁମାର ପାତ୍ର, ଡ. ଅନିଲ୍ କୁମାର ଦାଶ, ଆନ୍ତୁ ଦାଦା ଗଡ଼ଘେ, ଗିରି ଆଚାରୀ, ଚିଦାନନ୍ଦ ଆଚାରୀ (ମନ୍ତ୍ରୀ), ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅକ୍ଷୟ କୁମାର ନାୟକ, ନିରୋଜ କୁମାର ସାହୁ, ଶୁକାନ୍ତ କୁମାର ପଣ୍ଡା, ବାଲାକ୍ରୀଷ୍ଣା ପାତ୍ର, ରଜତ କୁମାର ଦାଶ, ରାଜୀବ ଲୋଚନ ଦାଶ, ଶିଦ୍ଧାର୍ଥ ଚରଣ ଜେନା, ମନୋଜ କୁମାର ଦାଶ, ପ୍ରଭାତ ରଞ୍ଜନ ଜେନା, ସରୋଜ କୁମାର ବେହେରା, ସୂର୍ଯ୍ୟନାରାୟଣ ସାହୁ, ନାରାୟଣ ପାତ୍ର, ସୁଜିତ୍ କୁମାର ସାହୁ, ଅମ୍ବିକେଶ୍ କୁନାଲ ହୋତା, ବିଶ୍ବରଞ୍ଜନ ପଟ୍ଟନାୟକ ଏବଂ ରାଜେଶ୍ କୁମାର ସାହୁ।

ରିପୋର୍ଟ : ଆଶୁତୋଷ ପଟନାୟକ