ବିଜେପି ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ “ପହିଲି ରଜ”ଉତ୍ସବ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ ଆଜି “ପହିଲି ରଜ” ଉତ୍ସବ ପାଳନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ‌ ନେତୃତ୍ବ ଏବଂ ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ ଓ ବର୍ଷା ବିଦ୍ୟୁସ୍ମିତା ପାଳଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ମଧ୍ୟାହ୍ନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ସହରର ବହୁ ମହିଳା ଓ ଶିଶୁ ପ୍ରତିଯୋଗି ଭାଗ ନେଇଥିଲେ । ଘରୁ ତିଆରି କରି ଆଣିଥିବା ବିଭିନ୍ନ ପ୍ରକାରର ପିଠା,କେଶ ସଜ୍ଜା,ରଙ୍ଗୋଲି,ପାନ,ଏକକ ନୃତ୍ୟ ଏବଂ ଏକକ ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ବର୍ଗରେ ଜିତିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହା ସହ ଗଞ୍ଜାମ ଜିଲ୍ଲା ପାଇଁ ଗୋୖରବ ଆଣିଥିବା ଜାତୀୟ ମାର୍ସଲ୍ ଆର୍ଟ ଏସୋସିସେନ୍ ସଭାପତି ତଥା ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନ ସଭାପତି ପ୍ରମୋଦ ରାଉଳ,ମିସ୍ ଗଞ୍ଜାମ ଇ.ଦେବୀ ପାତ୍ର,ଡ଼ା. ବିପ୍ର ଚରଣ ଭୂୟାଁ,, ତଥା ସମାଜସେବୀ ପାର୍ଥ ପାଢ଼ୀ,ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ଡ଼ା.ଭବାନୀ ଶଙ୍କର ଦାସଙ୍କୁ ମଧ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି “ପହିଲି ରଜ” ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ା.ଐଶ୍ୱର୍ଯ୍ୟା ରାୟ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ବିଶିଷ୍ଟ ଲେଖିକା ଜୟନ୍ତୀ ପଢ଼ିୟାରୀ,କର୍ପୋରେଟର ବନିତା ସାହୁ,ସବିତା ସାହୁ,ରଞ୍ଜିତା ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷା ପ୍ରେମଶିଳା ନନ୍ଦ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ମହିଳା ନେତ୍ରୀ ମମତାମୟୀ ରଣା,ଅନୁରାଧା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ଶତପଥି,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।
[ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ]