ତପ୍ତପାଣି ଘାଟିରେ ୨୫ ଫୁଟ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌

ଦିଗପହଣ୍ଡି(ସମୃଦ୍ଧ ଓଡିଶା) ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ ତଳକୁ ଖସିଯାଇଛି ଚାଉଳ ବୋଝେଇ ଟ୍ରକ୍‌। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଡ୍ରାଇଭର। ତପ୍ତପାଣି ଘାଟିରେ ଘଟିରେ ଆଜି ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଟ୍ରକଟି ଚାଉଳ ବୋଝେଇ କରି ହାଇଦ୍ରାବାଦରୁ ବ୍ରହ୍ମପୁର ଆସୁଥିଲା। ତେବେ ଟ୍ରକ୍‌ଟି ତପ୍ତପାଣି ଘାଟି ଅତିକ୍ରମ କରୁଥିବା ବେଳେ ବ୍ରେକ୍‌ ଫେଲ ହୋଇଯାଇଥିଲା। ଯେଉଁଥିପାଇଁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିର ବାମ ପଟକୁ ପ୍ରାୟ ୨୫ ଫୁଟ ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିବା ଖବର ମିଳିଛି I