ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରାମ ନଗର ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଜେପି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା । ଏଥିସହ ନରେନ୍ଦ୍ର ମୋଦିଙ୍କ ସରକାରରେ ହେଉଥିବା ବିଭିନ୍ନ ଜନହିତକର ଯୋଜନା ନେଇ ଆଲୋଚନା କରାଯାଇଥିଲା । ବେଲ, ଅଁଳା, ଡାଳିମ୍ବ, ନିମ୍ବ ଭଳି ବିଭିନ୍ନ କିସମର ଔଷଧୀୟ ଚାରା ମନ୍ଦିର ଚତୁର୍ପାଶ୍ୱରେ ରୋପଣ କରାଯାଇଥିଲା । ଏହି ଅବସରରେ କାମାପଲ୍ଲୀ ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ଜିଲ୍ଲା ପ୍ରତିନିଧି ଶିବ ଶଙ୍କର ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଶରତ କୁମାର ସାହୁ, ପ୍ରଭାତ ଷଡ଼ଙ୍ଗୀ, ମଦୋନ ମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେଓ, ସୁଭାଷିନୀ ପଟ୍ଟନାୟକ, ଏସ.ରାଣୀ, ରିତା ପଟ୍ଟନାୟକ, ରିଙ୍କି ପଟ୍ଟନାୟକ, ଶିବ ନାୟକ, ସନ୍ତୋଷ ପାତ୍ର, ଅଭୟ ପଣ୍ଡା, ଅର୍ଜୁନ ଜେନା, ସୁମନ୍ତ ସାହୁ, ଦେବୀ ସାହୁ, ପ୍ରବେଶ ଚୌଧୁରୀ, ଏସ. ଶ୍ରୀନିବାସ ରାଓ, କୃଷ୍ଣ ସୁବୁଦ୍ଧି, ବାଳକୃଷ୍ଣ ସାମନ୍ତରା, ଶକ୍ତି ପାଢ଼ୀ, ଫିଟୁ ସାହୁ, ଦଣ୍ଡ ପାତ୍ର, ସନା ପାତ୍ର, ଭିକି ପାତ୍ର, କୋକୋ ପାଢ଼ୀ, କିରଣ କୁମାର ସାହୁ, ମଧୁସୁଦନ ସାହୁ, ଜଗଦୀଶ ପ୍ରଧାନ, ଶୁଶିଳା ମଲ୍ଲିକ, ଦେବୀ ପ୍ରସାଦ ପାଢ଼ୀ, ଗଣେଶ ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ କରମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା