ଆସନ୍ତା ୨୯ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୯ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଟିତ ହେବ I ଏହି ବିଧାନସଭା କାର୍ଯ୍ୟକାଳ ମଧ୍ୟରେ କେବଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଗୋଟିଏ ଛୁଟିଦିନକୁ ଛାଡିଦେଲେ ପ୍ରତ୍ୟେକ ଶନିବାର ଏବଂ ରବିବାର ମଧ୍ୟ ବିଧାନସଭାର କାର୍ଯ୍ୟକାଳ ଚାଲୁ ରହିବ I ବିଧାନ ସଭାରେ ବିଧାୟିକା/ବିଧାୟକ ଏବଂ ମନ୍ତ୍ରୀ ପରିଷଦ ସଦସ୍ୟ ମାନେ ବସିବା ନିମନ୍ତେ ସମ୍ପୂର୍ଣ ରୂପରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଛି I ସମସ୍ତ ମନ୍ତ୍ରୀ ବିଧାୟିକା/ବିଧାୟକ ବିଧାନସଭାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନଙ୍କ ବିଧାନସଭା ଅଧିବେଶନ ଅନୁଷ୍ଟିତ ହେବାର ଦୁଇଦିନ ପୂର୍ବରୁ କରୋନା ପରୀକ୍ଷା କରାଯିବ I ପୁନର୍ବାର ବିଧାନସଭା ବସିବାର ପାଞ୍ଚ ଦିନ ପରେ ଗୃହର ସମସ୍ତ ସଦସ୍ୟ ମାନଙ୍କ ପରୀକ୍ଷା କରାଯିବ I ଯେଉଁମାନେ ବୈଯ୍ୟଷ୍ଟ ସଦସ୍ୟ ସେମାନେ ଇଚ୍ଛା ପ୍ରକାଶ କଲେ ମାନ୍ୟବର ବାଚସ୍ପତିଙ୍କ ଗାଲେରି ମଧ୍ୟରେ କିମ୍ବା ଭୁବନେଶ୍ୱରର ଓକାକ(OCAC) କିମ୍ବା କେନ୍ଦ୍ର ସରକାରଙ୍କ ଏନଆଇସି(NIC) ଭିଡ଼ିଓ କନଫରେନ୍ସ ହଲରେ ଅଥବା ନିଜ ନିଜ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଭିଡ଼ିଓ କନଫରେନ୍ସ ହଲରେ ବସି ବିଧାନସଭା କାର୍ଯ୍ୟକାଳରେ ଭାଗ ନେଇପାରିବେ ସେଥିପାଇଁ ସେମାନଙ୍କୁ ପୂର୍ବରୁ ବିଧାନସଭାକୁ ଅବଗତ କରାଇବା ପାଇଁ ପଡ଼ିବ ବିନା କରୋନା ପରୀକ୍ଷଣରେ ଲୋକସଭା ପରି କୌଣସି ବ୍ୟକ୍ତି ବିଶେଷଙ୍କୁ ବିଧାନସଭା ପରିସର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯିବ ନାହିଁ I ଏବଂ ଏହି ବିଧାନସଭାର କ୍ୟାଲେଣ୍ଡର ଆଜି ରାଜ୍ୟପାଳ ପ୍ରଫେସର ଡ଼ଃ.ଗଣେଶି ଲାଲଙ୍କ ଦ୍ୱାରା ଆହୁତ ହେବାପରେ ମାନ୍ୟବର ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ସମସ୍ତ ବିଧାୟିକା/ବିଧାୟକ ମନ୍ତ୍ରୀମଣ୍ଡଳ ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଅବଗତ କରାଇଛନ୍ତି I

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା