ବାଚସ୍ପତିଙ୍କ ପ୍ରତିନିଧି ହେଲେ ଶଙ୍କର ସୁବୁଦ୍ଧି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି I ଶ୍ରୀ ସୁବୁଦ୍ଧି ପୂର୍ବରୁ ଜଳସମ୍ପଦ ବିଭାଗ ବହୁ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ସୁଚାରୁ ରୂପରେ ନିଜ ଦାଇତ୍ୱ ତୁଲାଇଥିବା ବେଳେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ନେବା ପରେ ଜନସେବାରେ ନିଜକୁ ମନନିବେଶ କରିଛନ୍ତି I ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଜିଲ୍ଲା ପରିଷଦ ବୈଠକରେ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କ ପ୍ରତିନିଧି ରୂପରେ ଯୋଗ ଦେବେ I ଏନେଇ ଡ଼ଃ.ପାତ୍ର ଚିଠି ସଂଖ୍ୟା ୩୧୯/୧୪/୨୦ରେ ଏକ ଲିଖିତ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି I ଏହାକୁ ନେଇ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ପୂର୍ବତ୍ତନ ସାଂସଦ ପ୍ରତିନିଧି ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ପାତ୍ର, କିଶୋର ଚନ୍ଦ୍ର ପାତ୍ର, ସମବାୟବିତ କୈଳାଶ ରଣା, ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ସଞ୍ଜୟ କୁମାର ପାଣିଗ୍ରାହୀ, ଏଲ.ପୁରୁଷୋତ୍ତମ ପାତ୍ର, ଜିତୁ ପାତ୍ର, ସିମାଞ୍ଚଳ ପାତ୍ର, ବାବୁଲା ଗୌଡ଼, ସୁଦର୍ଶନ ବେହେରା, ରାମହରି ଜେନା, ନିରଞ୍ଜନ ସାହୁ ଏବଂ ପ୍ରକାଶ ସାହୁ ପ୍ରମୁଖ ନୂତନ ରୂପରେ ଚୟନ ହୋଇଥିବା ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା