ବିଜେଡି ବ୍ଲକ କମିଟି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ

ନିମାପଡ଼ା,(ସମୃଦ୍ଧଓଡିଶା)୨0୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରସ୍ତୁତିକୁ ଜୋରଦାର କରିଛି l ଏହି ପରିପେକ୍ଷୀରେ ଆଜି ଅପରାହ୍ନରେ ବ୍ଲକ ଅଧ୍ୟକ୍ଷଙ୍କ ସରକାରୀ ବାସଭନରେ ଦଳର ବ୍ଲକ କମିଟି ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ବ୍ଲକ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ବିଧାୟକ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ୧00ରୁ ଉର୍ଦ୍ଧ୍ଵ କର୍ମୀ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ସ୍ୱାଇଁ ଚତୁର୍ଥ ଥର ପାଇଁ ଏଠାରେ ବିଜେଡିକୁ ଜିତାଇବା ସହିତ ଷଷ୍ଠଥର ନିମନ୍ତେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉପସ୍ଥିତ କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l ଆଜିଠାରୁ ଦଳୀୟ କର୍ମୀମାନେ ଉପଯୁକ୍ତ ସମନ୍ନୟ ରଖି କାର୍ଯ୍ୟ କଲେ ପୁନର୍ବାର ନିମାପଡାରେ ଶଙ୍ଖ ବାଜିବ ନବୀନ ପଟ୍ଟନାୟକ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସମୀର ଦାଶ l

ରିପୋର୍ଟ : ରଜତ ମହାପାତ୍ର