ମୃତ ମିଟର ରିଡରଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଞ୍ଜନଗର(ସମୃଦ୍ଧଓଡିଶା) ଟି ପି ଏସ ଓ ଡି ଏଲ୍ ଅଧିନସ୍ଥ ବିଲ୍ଲିଙ୍ଗ କାର୍ଯ୍ୟ ତୁଲାଉଥବା ଏଜେନସି ଇନଭେଣ୍ଟିଭ ସଫ୍ଟୱେରେ ସୋଲୁସନ ପକ୍ଷରୁ ଏକ ବୈଠକ ଭଞ୍ଜନଗର ନିଅନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ବିଭାଗୀୟ ମୁଖ୍ୟ ଅଧିକାରୀ ଶ୍ରୀ ତପନ କୁମାର ଦେଓଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଯୋଉଁ ଥିରେ (ଟି ପି ଏସ ଓ ଡି ଏଲ)ଭଞ୍ଜନଗର ସମସ୍ତ ପଦାଧିକାରୀ ଓ ଇନଭେନଟିଭ କମ୍ପାନୀର ସମସ୍ତ କର୍ମକର୍ତା ଏବଂ ସମସ୍ତ ମିଟର ରିଡର ଉପସ୍ଥିତ ରହିଥିଲେ l ବୈଠକ ର ମୁଖ୍ୟ ଉଧେଶ୍ୟ ରହିଥିଲା ଗତ ଅଗଷ୍ଟ ୭ ତାରିଖ ରେ ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ କୁପାଟି ଗ୍ରାମ ରେ ହତ୍ୟା କରାଯାଇଥିବା ମିଟର ରିଡର ସ୍ବର୍ଗୀୟ ଲଷ୍ମୀ ନାରାୟଣ ତ୍ରିପାଠୀ ଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ l ବିଭିର୍ଣ୍ଣ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧର୍ମଘଟ ପରେ (ଟି ପି ଏସ ଓ ଡି ଏଲ)ଅଧିନସ୍ଥ କାର୍ଯ୍ୟ ରତ ଇନଭେଣ୍ଟିଭ ସଫ୍ଟୱେରେ ସୋଲୁସନ ଏଜେନସି ତରଫରୁ 15 ଲକ୍ଷ୍ୟ ଟଙ୍କା ଦେବାକୁ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରିବା ସହ ପନ୍ଦର ଲକ୍ଷ (୧୫୦୦୦୦୦) ଟଙ୍କାର ଏକ ଚେକ ଇନଭେଣ୍ଟିଭ ଏଜେନସି ଅଧକ୍ଷ ଶ୍ରୀ ଅମିତ ଶର୍ମା ତାଙ୍କ ପରିବାର କୁ ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ସ୍ବର୍ଗତ ତ୍ରିପାଠୀ ଙ୍କ ପୁଅକୁ ଚାକିରୀ ଦେବା ସହ ତାଙ୍କ ପତ୍ନୀଙ୍କୁ EPFO ଓ ESI ଜନିତ ଆଜୀବନ ପେନସନ ର ମଧ୍ୟ ସୁବିଧା ପାଇପାରିବେ ବୋଲି ଇନଭେଣ୍ଟିଭ କମ୍ପାନୀ ଅଧକ୍ଷ ଶ୍ରୀ ଅମିତ ଶର୍ମା କହିଛନ୍ତି l ଏଥି ସହ ଉତ୍ତମ କାର୍ଯ୍ୟ କରିଥିବା ମିଟର ରିଡର ମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ନିଜେ ନିଜର କାର୍ଯ୍ୟ କେମିତି ସୁଚାରୁ ରୂପେ ତୁଲାଇବେ ସେ ନେଇ ସମସ୍ତଙ୍କୁ ଉଦବୋଧନ ଦେବା ସହ ଉଚ୍ଚାହିତ କରିଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ