ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶେଷ ଦିବସରେ ବିପୁଳ ଜନ ସମାଗମ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଆଜି ହିଞ୍ଜିଳିକାଟୁ ପୌର ପରିଷଦ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାର ଅନ୍ତିମ ଯାତ୍ରା ଶେଷ ହୋଇଯାଇଛି l ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୨ରୁ ୧୧ଯାଏଁ ପଦଯାତ୍ରା କରି ଘରେ ଘରେ ବାର୍ତା ପହଞ୍ଚାଇବା ଏହି ପଦଯାତ୍ରାର ଲକ୍ଷ ଥିବା ବେଳେ ଆଜି ଅନ୍ତିମ ଦିନରେ ହିଞ୍ଜିଳିକାଟୁ ବିଜେଡ଼ି ସଭାପତି ଭୀମସେନ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଜନସମ୍ପର୍କ ପଦଯାତ୍ରା l ଏହି କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ପୌର ପରିଷଦର ୧ନମ୍ବର ୨ନମ୍ବର ୩ଓ ୪ନମ୍ବର ୱାର୍ଡ଼ ରେ ପଦ ଯାତ୍ରା କରି ନବିନ ସରକାର୍ ଙ୍କ ବିକାଶ ମୂଳକ ଯୋଜନାକୁ ଘରେ ଘରେ ବାଣ୍ଟିଥିଲେ l ଏଥିରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ର,ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର ଓ ଶିବରାମ ଗୌଡ଼, ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ, ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଜିଲ୍ଲା ସମ୍ପାଦକ ଅଜୟ ମହାରଣା, ପ୍ରଦୀପ ପଣ୍ଡା, ଏବଂ ଯୁବ ବିଜେଡ଼ି ଛାତ୍ର ବିଜେଡ଼ି ଓ ମହିଳା ବିଜେଡ଼ି ର ସମସ୍ତ କାର୍ଯ୍ୟ କର୍ତା ଯୋଗ ଦେଇଥିଲେ l ଏଥିରେ ସମସ୍ତ ଙ୍କ ଗୋଟିଏ ବାର୍ତା ଥିଲା ଆସନ୍ତା ନିର୍ବାଚନ ରେ ଆମ ହିଞ୍ଜିଳି ମାଟି ରୁ ନବୀନ ପଟ୍ଟନାୟକ ଙ୍କୁ ଅଧିକ ରୁ ଅଧିକ ଭୋଟ ରେ ଜିତାଇବା l ଏହିପରି କାର୍ଯ୍ୟକ୍ରମ ଦେଖି ହିଞ୍ଜିଳିକାଟୁ ପୌର ପରିଷଦ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା l

ରିପୋର୍ଟ : ରଜତ ପଟ୍ଟନାୟକ

ବିଜେଡିର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣାଙ୍କ ଉଦବୋଧନ