ବଡ଼ବିଲରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବଡ଼ବିଲ(ସମୃଦ୍ଧ ଓଡିଶା)ଆଜି ସକାଳ ଦଶ ଟାରେ ବଡ଼ବିଲ ପୁରୁଣା ମୁନ୍ସିପାଲଟି କାର୍ଯ୍ୟଳୟ ଠାରୁ ପି ଏଚ ଡି ସ୍ଥିତ ଇଣ୍ଡୋର ଷ୍ଟାଡିଅମ ପର୍ଯ୍ୟନ୍ତ ଏକ ବିଶାଳ ପଦ ଶୋଭାଯାତ୍ରା କରାଯାଉଥିଲା ଏହା ମଙ୍ଗ ଧରିଥିଲେ ବଡ଼ବିଲ ପୌରଦକ୍ଷ ଶ୍ରୀ ଲଖଣ ମହାନ୍ତ (ଲାଲଟୁ ମହାନ୍ତ )ଏହି ପଦ ଯାତ୍ରା ରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଚମ୍ପୁଆ ନଗର ପାଳ ଶ୍ରୀ ଗିରିଜା ଶଙ୍କର ସାହୁ ଯୋଡ଼ା ନଗର ପାଳ ଜଗଦୀଶ ସାହୁ ଯୋଗ ଦେବା ସହ ଯୋଡ଼ା ବ୍ଲକ ର ସହ ସହ ବିଜେଡି କର୍ମୀ ଯୋଗ ଦେଇଥିବାର ଦେଖା ଯାଇଥିଲା ଓ ତତ ପରେ ଇଣ୍ଡୋରଷ୍ଟାଡିଅମ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ସଭା ରେ ଅତିଥି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନ ହିତାକାରୀ କାର୍ଯ୍ୟ ଉପରେ ସାଧାରଣ ଜନତା ଙ୍କୁ ଜଣାଇଥିଲେ.

ରିପୋର୍ଟ : ରଜତ କୁମାର ମହାପାତ୍ର