ବ୍ଳକସ୍ତରୀୟ ନୂଆ ଓ କ୍ରୀଡାତ୍ସୋବ ଉଦଯାପିତ ଓ ପୁରସ୍କାର ବିତରଣ ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି । ଆୟୋଜିତ କ୍ରୀଡା ଉତ୍ସବରେ ୬ଟି ଗୋଷ୍ଠୀଗତ କ୍ରୀଡା କ୍ରିକେଟ, ହକି, ଫୁଟବଲ, ଭଲିବଲ, ହକି, କବାଡି ଓ ଖୋଖୋ ପ୍ରତିଯୋଗୀତାରେ ୧୪୬ଟି ଦଳ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବ୍ଳକ ଦାରୁଭଦ୍ରା ମିନି ଷ୍ଟାଡିୟମ ସମେତ ସମରଝୋଳ, ଗଣ୍ଡଳା ଓ ଆଲପୁର ଖେଳପଡିଆରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଧବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ମିନି ଷ୍ଟାଡିୟମ ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ. ଗିତାଞ୍ଜଳି, ପ୍ରୀତି ସାହୁ, ବ୍ଳକ୍ ଯୁବ ବିଜେଡ଼ି ସଭାପତି ମନୋଜ ସାବତ,ସରପଞ୍ଚ ବିକାଶ ସେଠି, ମଦନ ସେଠି, ଦନାର୍ଦନ ସେଠି, କୃଷ୍ଣ ଚନ୍ଦ୍ର ଭୋଳ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ସମସ୍ତ କ୍ରୀଡା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗର ଚମ୍ପିୟାନ ଦଳକୁ ୨୦ ହଜାର ଟଙ୍କା, ପ୍ରଥମ ଉପବିଜେତା ଦଳକୁ ୧୫ ହଜାର ଟଙ୍କା ଓ ଦ୍ୱିତୀୟ ଉପବିଜେତା ଦଳକୁ ୧୦ ହଜାର ଟଙ୍କା ସମେତ ମେଡାଲ ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସେହିପରି ସମସ୍ତ ଖେଳ ଶିକ୍ଷକ ଙ୍କୁ ମେଡାଲ ଦେଇ ସମ୍ମାନୀତ କରାଯାଇଥିଲା l

ରିପୋର୍ଟ : ରଜତ ପଟ୍ଟନାୟକ