ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ କୀର୍ତ୍ତି ଭାସନ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି କୀର୍ତ୍ତି ଭାସନ୍ ବ୍ରହ୍ମପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ୱ ଥିବା ଆଇଏସ୍ ଅଧିକାରୀ ସିନ୍ଧେ ଦତାତ୍ରେୟ ଭାଉସାହେବ ଗଞ୍ଜାମ ଜିଲ୍ଲାର ପିଡି ଡିଆରଡିଏ ଭାବେ ବଦଳି ହେବା ପରେ ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ଭାବେ କୀର୍ତ୍ତି ଭାସନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ଉପଖଣ୍ଡର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା