ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରଧାନ ଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଧିନ ଉପାନ୍ତ ଗୋବରଘଟା ପଂଚାୟତର ହାଟପଦାଠାରେ ଥିବା ଆବସିକ ବିଦ୍ୟାଳୟରେ ସ୍ଥାପିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଫକିରମୋହନ ସ୍ମୃତି କମିଟି, ନିୟୁଫ୍ରେଣ୍ଡସ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଡ. ଅଜିତ୍ କୁମାର ମହାନ୍ତି, ଶରତ ଚନ୍ଦ୍ର ପରିଡା, କବି ବସନ୍ତ ଦାସ, ରବିନ୍ଦ୍ର ବାରିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ଗିରି, ଗୌରୀରାଣୀ ପରିଡା ପ୍ରମୁଖ ଯୋଗ ଦେଇ ବରପୁତ୍ରଙ୍କୁ ସ୍ମରଣ କରିଥିଲେ । ଶେଷରେ ଉତ୍ତମ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପଭାବେ ବ୍ଲକ ପରିସରରେ ଥିବା ବରପୁତ୍ରଙ୍କ ପ୍ରତିମୂତ୍ତିରେ ବିଜେପି ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଏଥିରେ ବିଜେପି ଟାଉନ୍ ସଭାପତି ଫାଲଗୁନୀ ପାଣିଗ୍ରାହୀ, ବରିଷ୍ଠ ନେତା ଅରୁଣ ବେଜ, ଜଗନ୍ନାଥ ଗୋଚ୍ଛାୟତ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଅମୂଲ୍ୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା