ବଜ୍ରପାତରେ ବୃଦ୍ଧାଙ୍କ ମୃତ୍ୟୁ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମର ପ୍ରକାଶ ଚନ୍ଦ୍ର ପାଳଙ୍କ ସ୍ତ୍ରୀ ରତ୍ନା ପାଳ(୬୦) ନାମକ ଜଣେ ବୃଦ୍ଧା ମହିଳା ଆଜି ସନ୍ଧ୍ୟାରେ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ସନ୍ଧ୍ୟାରେ ସ୍ଵପ୍ନେଶ୍ଵର ମନ୍ଦିର ନିକଟସ୍ଥ ଥିବା ନିଜର ଚାଷ ଜମିକୁ ଯାଇଥିବା ବେଳେ ହଠାତ ବର୍ଷା ପବନ ସହ ବଜ୍ରପାତ ଘଟିବାରୁ ସେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ । ଏହି ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ରିପୋର୍ଟ – ନିଲୁ ବିଷୋୟୀ