ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ବିଧାୟକଙ୍କୁ ସମ୍ମାନିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଆଜି ପୋଲସରା ସେବା ଚାରି ଟେବୁଲ ଟ୍ରଷ୍ଟ ତରଫରୁ ହାତିଓଟ ଜରାଶ୍ରମ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ସୂଚନା ଯେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କୋଭିଡ-୧୯ ସମୟରେ ଲୋକମାନଙ୍କ ସମସ୍ୟା ବୁଝିବା ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ଓ ପ୍ରତ୍ୟେକ ସଂଗରୋଧ କେନ୍ଦ୍ରକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ ଯୋଗାଇଛନ୍ତି । ଏଥିପାଇଁ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା