ବିଶ୍ୱରେ ବିସ୍ମୟର ଦୁର୍ଦ୍ଦିନ…

୨୦୨୦ ମସିହା ଆଜି ଇତିହାସରେ ଏକ ଦୁର୍ଦିନର ସ୍ମରଣୀୟ ବର୍ଷ ଭାବେ ବିଶ୍ୱରେ ଚିହ୍ନିତ ହେଲା । ଅଜଣା ରୋଗରେ ମଣିଷ ସମାଜ ଆତଙ୍କିତ ଛାନିଆରେ କାଳାତିପାତ କରିବାକୁ ପଡିଲା । ବୈଜ୍ଞାନିକ, ଭବିଷ୍ୟତ ବକ୍ତା, ବୁଦ୍ଧିଜୀବି ସମସ୍ତେ ଅବାକ । ସାମାନ୍ୟ ଭୁତାଣୁର ଅସାମାନ୍ୟ ପରିଣାମ । ଲକ୍ଷ ଲକ୍ଷ ମଣିଷଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇ ବିଶ୍ୱରେ ବହୁ ଚର୍ଚ୍ଚିତ ଏହି କରୋନା ଭୁତାଣୁ । ମଣିଷ ପରି ଦୁର୍ଲ୍ଲଭ ଜୀବନ ଆଜି ବିଚଳିତ ଓ ବିସ୍ମୟର ଗର୍ଭରେ ହତବାକ୍ ହୋଇ ପଡିଛି ।କରମର୍ଦ୍ଦନରୁ ନମସ୍କାର ଆଜି ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହେବାକୁ ବାଧ୍ୟ ହୋଇଛି । ଅଚ୍ୟୁତାନନ୍ଦଙ୍କ ମାଳିକା ଭବିଷ୍ୟତ ବାଣୀ ସତ ହୋଇଯାଇଛି । ଏପରି ଦୁର୍ଦ୍ଦିନ ପୂର୍ବରୁ ଆସିଥିଲା କି ନାହିଁ ଆସନ୍ତୁ ବିଚାର କରିବା ।

ଅଚିହ୍ନା ବ୍ୟାଧି ଯେ ଜଗତେ ଘୋଟିକ
ବଇଦ ବଣା ହୋଇବେ ।
ରୋଗ ଚିହ୍ନିଣ ବଣା ହେଉଥିବେ
ଅନେକ ପ୍ରାଣୀ ମରିବେ ।….. (ମାଳିକା)

୫୦୦ ବର୍ଷ ପୂର୍ବେ ରଚିତ ୧୫୧୦ ମସିହାରେ ଅଚ୍ୟୁତାନନ୍ଦ ଦାସ, ଯେ କି ୧୮୫ ବର୍ଷ ଜୀବିତ ଥାଇ ସାଧନାରତ ଥିଲେ । ଆର୍ଯ୍ୟଭୂମି ଭାରତ ସନ୍ଥ ସାଧକମାନଙ୍କର ଦେଶ ରୂପେ ବହୁ କାଳରୁ ସମ୍ମାନିତ । ଏଠାରେ ବହୁ ଧର୍ମ, ବହୁ ଗୋଷ୍ଠୀ ଓ ବହୁ ସଂପ୍ରଦାୟର ଏକତ୍ର ଅବସ୍ଥାନ ତଥା ପାରସ୍ପରିକ ମତ ବିନିମୟ କ୍ଷେତ୍ରରେ ସନ୍ଥଧାରାର ଯେଉଁ ମୌଳିକ ବୈଶିଷ୍ଟ୍ୟ ଫୁଟି ଉଠିଛି ତାହାହିଁ ଏ ଜାତିର ଉନ୍ନତ ଦୃଷ୍ଟି ଭଙ୍ଗୀ । ସମଗ୍ର ଜାତିକୁ ଉପଯୁକ୍ତ ମାର୍ଗ ପ୍ରବର୍ତ୍ତନ କରାଇବା ସନ୍ଥମାନଙ୍କର ପ୍ରଧାନ ଲକ୍ଷ୍ୟ । ମାଳିକା କେବଳ ପଞ୍ଚସଖା ଯୁଗରୁ ସୃଷ୍ଟି ହୋଇନାହିଁ । ଏ ପ୍ରକାର ଭବିଷ୍ୟବାଣୀ ପ୍ରାୟ ପ୍ରତ୍ୟେକ ଧର୍ମ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ ହୋଇପଡିଛି । ଭାଗବତ, ମହାଭାରତ ଅନ୍ୟାନ୍ୟ ପୁରାଣମାନଙ୍କରେ ଭବିଷ୍ୟତ ବାଣୀ ରହିଛି । ଖ୍ରୀକ୍ଷ୍ଟିୟାନ ଓ ମୁସଲମାନ ଧର୍ମରେ ନୂତନ ସୃଷ୍ଟି ପ୍ରଳୟ ଏବଂ ମହାପୁରୁଷଙ୍କ ଆବିର୍ଭାବ ସମ୍ପର୍କରେ ଅନେକ ସୂଚନା ମିଳିଥାଏ । ସମାଜ ସଂସ୍କାର ପାଇଁ ମାଳିକାର ଦାନ ଗୁରୁତ୍ୱପୂର୍ଣ୍ଣ । ପଥଭ୍ରଷ୍ଟ ସମାଜକୁ ସୁସଂସ୍କୃତ କରିବା ଏବଂ ନିପିଡିତ ମାନବକୁ ଆଶା ଓ ଅଭୟବାଣୀ ଶୁଣାଇବା ମାଳିକାର ଉଦ୍ଦେଶ୍ୟ । ଓଡିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ହେଉଛନ୍ତି ମାଳିକା ସାହିତ୍ୟର ପ୍ରାଣକେନ୍ଦ୍ର । ମାଳିକା  ସହିତ ଶ୍ରୀ ଜଗନ୍ନାଥ କ୍ଷେତ୍ରର ମାହାତ୍ମ୍ୟ ଏବଂ ଶ୍ରୀ ଜଗନ୍ନାଥଙ୍କର କଳକୀ ଲୀଳା ଓତପ୍ରୋତ ଭାବେ ଜଡିତ । ସ୍ୱୟଂ ଜଗନ୍ନାଥ ହିଁ କଳକୀ ଅବତାର ଧାରଣ କରି ମ୍ଳେଚ୍ଛ ସଂହାର ପୂର୍ବକ ସତ୍ୟ ପ୍ରତିଷ୍ଠା କରିବେ ଏହା ହିଁ ମାଳିକା ସାହିତ୍ୟର ଚରମ ବାଣୀ ଅଟେ । ସଂପ୍ରତି ବିଶ୍ୱର ବୃହତ ରାଷ୍ଟ୍ର ମାନଙ୍କରେ କରୋନାର ବିଭତ୍ସକାଣ୍ଡ ଜନିତ ମହାମାରୀ ରେ ଲକ୍ଷାଧିକ ମଣିଷମାନଙ୍କର ମୃତ୍ୟୁ ଓ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଅବସ୍ଥାରେ ଭାରତ ତଥା ଓଡିଶାରେ ମାନବ ସମାଜକୁ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ସରକାରୀ ସ୍ଳୋଗାନ ହୋଇଛି ଘରେ ରୁହ” । ଏଭଳି ଅବସ୍ଥା ପୂର୍ବରୁ ହୋଇଥିଲା କି ? ୧୭୨୦ରେ ମୂଷାରୁ ପ୍ଲେଗ ରୋଗ, ୧୮୨୦ରେ ହଇଜା ରୋଗ, ୧୯୨୦ରେ ସ୍ପାନିସ୍ ଜ୍ଵର, ୨୦୨୦ରେ ଚୀନ କରୋନା ଜୀବାଣୁ ସମାଜରେ ୧୦୦ ବର୍ଷ ଅନ୍ତରରେ ମହାମାରୀ ରୂପେ ଦେଖା ଦେଇଥିଲା । ମୟୁରଭଞ୍ଜ ଗଜପତି ଶ୍ରୀରାମଚନ୍ଦ୍ର ଭଞ୍ଜ ତାଙ୍କ ପରିବାରର ବହୁ ସଦସ୍ୟ ହଇଜା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାରୁ ସେ କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କଥା ହେଲା ସେ ସବୁ ରୋଗର ଚିକିତ୍ସା ପାଇଁ ଔଷଧ, ଇଂଜେକ୍ସନ ଥିବାବେଳେ ସଂପ୍ରତି କରୋନା ଭୁତାଣୁର ଚିକିତ୍ସା ପାଇଁ କୌଣସି ଔଷଧ ବୈଜ୍ଞାନିକମାନେ ଆବିଷ୍କାର କରି ପାରିନାହାନ୍ତି । ତେଣୁ ଏ ବେମାରୀ ବିଶ୍ୱରେ ସବୁଠାରୁ ବେଶୀ ଆତଙ୍କରାଜ ଖେଳାଇଛି । ସବୁଠି କବାଟ ବନ୍ଦ । ଘରେ ରହିବାପାଇଁ ଓ ସତର୍କତା ନୀତି ଅବଲମ୍ବନ କରିବା ପାଇଁ ଉପଦେଶ । ଏସବୁ ଭୟ ସଙ୍କୁଳ ପରିସ୍ଥିତି ଆଖିଆଗରେ ରଖି ମାଳିକା ଓ ମହାଭାରତର ବାଣୀର କିପରି ସାମଞ୍ଜସ୍ୟ ରହିଛି ଆସନ୍ତୁ ବିଚାର କରିବା । ପିଲାବେଳେ ଆମେ ଶୁଣିଥାଉ କୋକୁଆ ଭୟ କଥା । ଭଲ ଭାବେ ଭୁଝି ନଥିଲୁ । ଯେତେବେଳେ ୫୦୦ବର୍ଷ ତଳର ଦ୍ୱାପର ଯୁଗର ମହାଭାରତକୁ ଦୂରଦର୍ଶନ ମାଧ୍ୟମରେ କ୍ରମାନ୍ଵୟରେ ଦେଖୁଲୁ ଜାଣିବାକୁ ମିଳିଲା ଏକ ଭୟଙ୍କର ଜୀବ କୋକୁଆ ସଂପର୍କରେ । ଏହା କଳ୍ପନା କି ବାସ୍ତବ ମୁଁ କହି ପାରିବିନି । ମାତ୍ର ଏବର ଘଟଣାକୁ ଆଖି ଆଗରେ ରଖି ମାଳିକାରେ ସାଧକ ଅଚ୍ୟୁତନନ୍ଦ ଦାସଙ୍କ ରଚିତ ପଦ୍ୟାବଳୀ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ତାହାହେଲା –

ଅଜଣାରୋଗ ଯେ ମାଡି ଆସିବ, ଶ୍ରୀମନ୍ଦିରଟି ବନ୍ଦ ହେବ
ଭକତ ଦର୍ଶନ କରିବେ ନାହିଁ, ନେମାଳ ଗାଦିରୁ ଅଚ୍ୟୁତ କହି
ବଳଦେ ପ୍ରାୟେ ତୁଣ୍ଡି ବାନ୍ଧି ଥିବେ, ଚୋର ଭଳି ଘର କୋଣେ ଲୁଚିବେ ।

ଗୁପ୍ତ ଗହନ ଗୀତାରେ ପଞ୍ଚସଖା ସାଧକ ଅଚ୍ୟୁତାନନ୍ଦ ଲେଖିଥିଲେ –

ପୁରାଣ ଗୀତା ଭାଗବତ ପଢି । ମଦ ମାଂସ ଖାଇ ହୋଇବେ ରୀଢି ।
ମାତା ମାଉସୀ ଶାଶୁଙ୍କୁ ହରଣ । ବେଦ ନ ପଢିବେ ତିଳେ ବ୍ରାହ୍ମଣ ।

ଏଠାରେ ପାଠକମାନଙ୍କୁ ସୂଚାଇ ଦିଏ ଯେ ଆମ ଶାସ୍ତ୍ର ବେଦ ଅର୍ଥ ଜ୍ଞାନ ଯିଏ କି ଭଗବାନଙ୍କ ଦ୍ବାରା ରଚିତ ହୋଇଥିଲା, ତାହାକୁ କ୍ରମେ ମାନବ ସମାଜ ଓ ବ୍ରାହ୍ମଣ ସମାଜ ଏକପ୍ରକାର ଭୁଲି ଯାଇଛି । ସମୟ ଆସିବ ପୁଣି ବେଦର ଚାହିଦା ଘରେ ଘରେ ବୃଦ୍ଧି ପାଇବ । ଏହି ଯୁଗ ପରିବର୍ତ୍ତନ ଓ ଅଘଟଣ ଘଟିବା ବିଷୟରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ସୃଷ୍ଟିଚକ୍ରର ନିୟମ ଅନୁଯାୟୀ ସଂପ୍ରତି କାଳର ଅନ୍ତିମ ସମୟ ସଙ୍ଗମ ଯୁଗରେ ବିଶ୍ୱରେ ପରିବର୍ତ୍ତନ ଘଟି ସତ୍ୟ ଯୁଗର ଅୟମାରମ୍ଭ ହେବ । ତେଣୁ ବିଭିନ୍ନ ସାଧନା ତଥା ସହଜ ରାଜଯୋଗ ଅଭ୍ୟାସ ଓ ସୁନିରାମିଷ ଖାଦ୍ୟ ବଳରେ ଭାଇଭଉଣୀମାନେ ଆତ୍ମିକ ସ୍ଥିତିରେ ରହି ସତ୍ୟ ଯୁଗ ନିର୍ମାଣରେ ବ୍ରତି ହେବାକୁ ମୂରଲୀ ପାଠ ମାଧ୍ୟମରେ କୁହାଯାଇଥାଏ । ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସାମଞ୍ଜସ୍ୟ ଥାଏ । ପୁଣି ମାଳିକାରେ ଅଚ୍ୟୁତାନନ୍ଦ ଲେଖିଛନ୍ତି :-

ଦିବ୍ୟ ଦୃଷ୍ଟି ବଳେ ଅଚ୍ୟୁତାନନ୍ଦ ସେ
ଲେଖିଛନ୍ତି ଭାଷା ନିଜ,
ମାଳିକା ବଚନ ମହାପୁରୁଷଙ୍କ
ଗଣନା ଫଳିଲା ଆଜ ।
ଶହଶହ ବର୍ଷ ପୁରୁଣା ଭବିଷ୍ୟ
ବାଣୀ ହେଲା ଏବେ ସତ,
ମହାମାରୀ ଘୋଟି ପୋକ ମାଛି ପରି
ଲୋଟିବେ ହେ ଦାଣ୍ଡେ ଶତ ।
ଭୈରବ ଡାକିବ ଭୂତାଣୁ ରୂପରେ
ଅଦୃଶ୍ୟ ତାହାର ରୂପ,
ଅଚିହ୍ନା ବ୍ୟାଧି ଯେ ଘୋଟିବ ସଂସାରେ
ଭାରାକ୍ରାନ୍ତ ହେବ ପାପ ।
ବୈଦ ନଜାଣିବେ ନିଦାନ ଓଷୁଧ
ହୋଇଯିବେ ବାଟବଣା,
ତ୍ରାହି ତ୍ରାହି ବୋଲି ରଜିବେ ଜନତା
ଦୂରେଇବେ ଚିହ୍ନାଜଣା ।
ଆତଙ୍କଭୟରେ ରଖିବେ ଦୂରତ୍ବ
ଅସ୍ଥିର ରହିବ ମନ,
ପରିବାର ସହ ଗୃହେ ବନ୍ଦୀ ହୋଇ
ରହିବେ ସକଳ ଜନ ।
ବଳଦ ପରାଏ ମୁଖେ ତୁଣ୍ଡି ବାନ୍ଧି
ରହିବାକୁ ହେବେ ବାଧ୍ୟ
ବିପଦେ ଆପଦେ ନ ଦେଖିବେ ମୁହଁ
ବନ୍ଧୁ ସ୍ୱଜନଙ୍କ ମଧ୍ୟ ।
ଧର୍ମ ଆଖିଠାର ଅଧର୍ମରୁ ଲୋଭ
ଲୋଭରୁ ପାପର ଜନ୍ମ,
ଜିଇଁ ଥାଉଥାଉ ଚେତ ସୁଧୀଜନେ
ଭଜୁଥାଅ ହରିନାମ,
ଭଜୁଥାଅ ହରିନାମ ।

ଇତି ମଧ୍ୟରେ ପ୍ରକୃତିର ତାଣ୍ଡବ ଲୀଳା ବିଶ୍ୱର ବିଭିନ୍ନ ସ୍ଥାନରେ ମାନବ ସମାଜର ଘୋର କ୍ଷୟ କ୍ଷତି ଘଟାଇଛି । ଯଥା ସୁନାମି, ୧୯୯୯ ମହାବାତ୍ୟା, ବନ୍ୟା, ଭୂମିକମ୍ପ ଇତ୍ୟାଦି ଭବିଷ୍ୟତରେ ତାହା କିପରି ଫଳିବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା । ନୂଆ ଦୁନିଆ ନିଶ୍ଚିତ ସ୍ବାଗତ ଯୋଗ୍ୟ । ମାତ୍ର ଦେଖାଯାଉ କିପରି ସମ୍ଭବ ହେଉଛି । ବିଶ୍ୱ ବଜାର ଶୁନଶାନ୍ । ବିଶ୍ୱବାସୀ ସଂପ୍ରତି ସଙ୍ଗରୋଧ ଭାବେ ବାସ କରୁଛନ୍ତି । ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଜାରି ରାସ୍ତାରେ ନ ବୁଲିବା ପାଇଁ । ଯୋଗ ଓ ଧ୍ୟାନ ଅବସ୍ଥାରେ ବିଶ୍ୱ ନିୟନ୍ତାଙ୍କଠାରେ ଲୟ ରଖିବାକୁ ଅନୁରୋଧ । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ମାନବ ସମାଜ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୧୪ ଦିନର ଚିକିତ୍ସା ଓ ସଂଗରୋଧରେ ରହିବା ପରି ସ୍ୱୟଂ ଜଗନ୍ନାଥ ୧୪ ଦିନ ଅଣସରରେ ରହି ଚିକିତ୍ସା ଏବଂ ବାହ୍ୟ ଶତୃ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବହୁବାର ଶ୍ରୀମନ୍ଦିର ବାହାରେ ସଙ୍ଗରୋଧ ଅବସ୍ଥାରେ ଅନେକ ବର୍ଷ ରହିବା କଥା ଆମେ ଜାଣୁ । ସାମାନ୍ୟ ଭୂତାଣୁ କରୋନା ଆଜି ବିଶ୍ୱବାସୀଙ୍କୁ ଚକିତ କରିଛି । ସରକାର ମୁଖ୍ୟତଃ ବାରମ୍ବାର ହାତ ଧୋଇ ପରସ୍ପରଠାରୁ ଦୂରତା ରଖିବା ସଙ୍ଗେସଙ୍ଗେ ବାହାରେ ନବୁଲି ଘରେ ରହିବାକୁ ସୁପରାମର୍ଶ ଦେଇଛନ୍ତି । ଅନନ୍ୟ ଉପାୟ ହୋଇ ଏଥିପାଇଁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବା ଛଡା ଅନ୍ୟ ଗତି ନାହିଁ । ସରକାର ଜନ ମଙ୍ଗଳ ପାଇଁ ଏବଂ ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପ ବେଶ ଜନାଦୃତ ହୋଇପାରିଛି ।

ବରଦା ପ୍ରସନ୍ନ ଦାସ,
ଯୁଗ୍ମ ନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ  ବିଭାଗ, ଓଡିଶା
ଦୂରଭାଷ –୯୮୬୧୧୪୫୬୮୭

నేడు, 2020 చరిత్రలో మరపురాని సంవత్సరాల్లో ఒకటి. మానవ సమాజం భయాందోళనలో చాలా సమయం గడపవలసి వచ్చింది. శాస్త్రవేత్తలు, ప్రవక్తలు, మేధావులు అందరూ ఆశ్చర్యపోతారు. మశూచి యొక్క అసాధారణ ప్రభావాలు. ఇది ప్రపంచంలోనే ఎక్కువగా ఉపయోగించే కరోనావైరస్, లక్షలాది మంది మరణాల అంచుకు నెట్టబడింది. మనుషుల వంటి అరుదైన జీవితాలు నేడు గందరగోళంలో మరియు ఆశ్చర్యకరమైన స్థితిలో ఉన్నాయి.కర్మార్థన్ భారతీయ సంస్కృతి నుండి శుభాకాంక్షలు ఈ రోజు ప్రపంచంలో అంగీకరించబడవలసి వస్తుంది. అచ్యుతానందన్ జోస్యం నిజమైంది. ఇంతకు ముందు ఇలాంటి విషాదం జరిగిందా అని చూద్దాం.

తెలియని వ్యాధి ప్రపంచ
Medicine షధం తయారు చేయబడుతుంది.
వ్యాధి నిర్ధారణ చేయవచ్చు
చాలా జంతువులు చనిపోతాయి ….. (యజమాని)

500 సంవత్సరాల క్రితం నివసించిన అచ్యుతానంద్ దాస్ 17510 లో థాయ్ ప్రాక్టీషనర్, అతను 175 సంవత్సరాలు జీవించాడు. ఆర్యభూమిని భారతదేశపు సాధువుల భూమిగా చాలా కాలంగా గౌరవించారు. అనేక మతాలు, అనేక సమూహాలు మరియు అనేక వర్గాల సహజీవనం మరియు ఆలోచనల మార్పిడిలో పుట్టుకొచ్చిన సాధువు యొక్క ప్రాథమిక లక్షణాలు దేశం యొక్క ఉత్తమ ప్రయోజనంలో ఉన్నాయి. సాధువుల ప్రధాన లక్ష్యం దేశం మొత్తానికి మార్గం సుగమం చేయడమే. పంచసఖా కాలం నుండి మాత్రమే యజమాని సృష్టించబడలేదు. ఇటువంటి ప్రవచనాలు దాదాపు ప్రతి మత సాహిత్యంలో అంతర్భాగంగా మారాయి. భగవద్గీత, మహాభారతం మరియు ఇతర పురాణాలలో ప్రవచనాలు ఉన్నాయి. క్రొత్త సృష్టి విపత్తు మరియు క్రైస్తవ మతం మరియు ఇస్లాంలో గొప్ప మనుషుల ఆవిర్భావం గురించి చాలా సమాచారం ఉంది. సామాజిక సంస్కరణకు యజమాని విరాళాలు ముఖ్యమైనవి. అవిధేయులైన సమాజాన్ని పెంపొందించడం మరియు అణగారినవారికి ఆశ మరియు ఆశను ఇవ్వడం దీని లక్ష్యం. ఒడిశా ఆరాధించే దేవత శ్రీ జగన్నాథ్ మాలిక సాహిత్య హృదయం. యజమాని శ్రీ జగన్నాథ్ క్షేత్రం మరియు మిస్టర్ జగన్నాథ్ యొక్క కల్కి లీలా ఓట్ప్రోట్ యొక్క గొప్పతనంతో సంబంధం కలిగి ఉన్నారు. కల్కి అవతారం రూపంలో, మ్లేచాను నాశనం చేయడం ద్వారా సత్యాన్ని స్థాపించేది జగన్నాథ్ వారే. ప్రపంచంలోని ప్రధాన దేశాలలో కొరోనరీ హార్ట్ డిసీజ్‌తో బాధపడుతున్న లక్షలాది మంది మరణించిన వారి సంఖ్య ఇటీవల నేపథ్యంలో “స్టే ఎట్ హోమ్” అనే నినాదం భారతదేశం మరియు ఒడిశాలో “స్టే ఎట్ హోమ్” అనే నినాదం. ఇంతకు ముందు ఇది జరిగిందా? 1920 లలో మలేరియా, 1920 లలో కలరా, 1920 లలో స్పానిష్ ఇన్ఫ్లుఎంజా మరియు 2020 లో చైనీస్ కరోనా వైరస్ 100 సంవత్సరాలలో అంటువ్యాధులకు కారణమయ్యాయి. మయూరభంజ్ గజపతి శ్రీరామ్‌చంద్ర భంజ్ కటక్‌లో శ్రీరామ్‌చంద్ర భంజ్ మెడికల్ కాలేజీని స్థాపించారు, అతని కుటుంబంలోని చాలా మంది సభ్యులు కలరాతో మరణించారు. అంబాసిడర్ హుస్సేన్కు సమాచారం అందించాడని ఆరోపించబడింది, కాని వైరస్కు నివారణను ఎవరూ కనుగొనలేకపోయారు. కాబట్టి ఈ వ్యాధి ప్రపంచంలో అత్యంత ఉగ్రవాద పాత్ర పోషించింది. అన్ని తలుపులు మూసివేయబడ్డాయి. ఇంట్లోనే ఉండి ముందు జాగ్రత్త చర్యలు తీసుకోవాలని సలహా. ఈ భయాలన్నిటిని దృష్టిలో ఉంచుకుని, మాలిక మరియు మహాభారత పదాలు ఎలా సంబంధం కలిగి ఉన్నాయో పరిశీలిద్దాం. చిన్నప్పుడు, మేము బొద్దింకలను వినేవాళ్లం. మాకు బాగా అర్థం కాలేదు. 500 సంవత్సరాల కంటే తక్కువ వయస్సు ఉన్న ద్వాపర్ కాలం మహాభారతాన్ని టెలివిజన్ ద్వారా చూసినప్పుడు, భయానక జీవి “కొకువా” గురించి తెలుసుకున్నాము. నేను ఖచ్చితంగా చెప్పలేను. కానీ ఎబెర్ సంఘటనను దృష్టిలో ఉంచుకుని, మాలికాలో అన్వేషకుడు అచ్యుతానంద్ దాస్ రాసిన కవితలు చాలా ముఖ్యమైనవి. అంతే –

వ్యాప్తి కారణంగా ఆలయం మూసివేయబడుతుంది
భక్తులు సందర్శించరని నెమల్ తెలిపారు
ఎద్దులు దాదాపు కట్టివేయబడి, దొంగల మాదిరిగా ఇంటి మూలల్లో దాక్కుంటాయి.

పంచసఖా అన్వేషకుడు అచ్యుతానందన్ గుప్తా గహన్ గీతలో రాశారు –

పురాణగీత భాగవత చదవండి. వైన్ పచ్చిగా తింటారు.
అత్తగారు అత్తగారిని కిడ్నాప్ చేశారు. బ్రాహ్మణులు వేదాలు చదవరు.

భగవంతుడు వ్రాసిన మన లేఖన వేద అర్ధ జ్ఞానం క్రమంగా మానవ సమాజం మరియు బ్రాహ్మణ సమాజం మరచిపోయిందని ఇక్కడ పాఠకుడు ఎత్తి చూపాడు. సమయం వస్తుంది మరియు ఇంట్లో బేదార్ కోసం డిమాండ్ పెరుగుతుంది. బ్రహ్మకుమారి దైవ విశ్వవిద్యాలయం ఈ యుగంలో మారుతున్న కాలాలు మరియు సంఘటనల గురించి బోధిస్తుంది. సృష్టి చక్రం యొక్క చట్టాల ప్రకారం, ప్రస్తుత వ్యవస్థ యొక్క ముగింపు సంగమం ప్రపంచంలో మరియు సత్య యుగం ప్రారంభంలో మారుతుంది. అందువల్ల, మురళి అభ్యాసం ద్వారా, సోదరులు మరియు సోదరీమణులు ఆధ్యాత్మిక స్థితిలో ఉండాలని మరియు వివిధ ఆచారాలు మరియు సులభమైన యోగా అభ్యాసాలు మరియు రుచికరమైన ఆహారం ద్వారా నిజమైన యుగం నిర్మాణంలో నిమగ్నమవ్వాలని చెప్పబడింది. వారు వారి ప్రవర్తన మరియు ఉచ్చారణలో స్థిరంగా ఉంటారు. మళ్ళీ యజమాని అచ్యుతానంద్ ఇలా వ్రాశాడు: –

అతను దేవునికి బదులుగా అచ్యుతానందన్
భాషను రాశారు,
యజమాని మాట చాలా బాగుంది
ఈ రోజు లెక్క ఫలించింది.
వందల సంవత్సరాల భవిష్యత్తు
ఈ సామెత ఇప్పుడు నిజం,
ప్లేగు మిడుతలు వంటిది
లోటిబే ఓ దండే వంద.
భైరవ్ దీనిని వైరస్ అని పిలుస్తారు
అదృశ్యం అతని రూపం,
తెలియని వ్యాధి ప్రపంచంలో
పాపం భారం అవుతుంది.
రోగ నిర్ధారణ వైద్యుడికి తెలియదు
మార్గం ఉంటుంది,
ట్రాహి ట్రాహి అని ప్రజలు అంగీకరిస్తారు
అయోమయ వదిలించుకోండి.
భయంతో దూరం ఉంచండి
మనస్సు చంచలమైనది,
తన కుటుంబంతో కలిసి ఇంట్లో అరెస్టు చేశారు
ప్రజలందరూ ఉంటారు.
ఎద్దును నోటిలో కట్టి ఉంచారు
మీరు ఉండవలసి ఉంటుంది
ప్రమాదంలో ఉన్న ముఖం వైపు చూడకండి
స్నేహితులు మరియు బంధువులు కూడా.
మతం కళ్ళ దుష్టత్వానికి దురాశ
దురాశ నుండి పాపం యొక్క పుట్టుక,
చేతన మనస్సును ఎక్కువ కాలం జీవించండి
భజుత హరినం,
భజుత హరినం.

ఇంతలో, ప్రకృతి వైపరీత్యాలు ప్రపంచంలోని వివిధ ప్రాంతాలలో మానవ సమాజానికి తీవ్ర నష్టం కలిగించాయి. ఉదాహరణకు, సునామీలు, తుఫానులు, వరదలు, భూకంపాలు మొదలైనవి భవిష్యత్తులో సంభవించే అవకాశం ఉంది. కొత్త ప్రపంచం ఖచ్చితంగా స్వాగతం. కానీ అది ఎలా జరుగుతుందో చూద్దాం. ప్రపంచ మార్కెట్ వినండి. ప్రపంచం ప్రస్తుతం ఒంటరిగా జీవిస్తోంది. “రెస్క్యూ స్క్వాడ్ అతని కోసం పిలవబడలేదు” అని ఆమె అసోసియేటెడ్ ప్రెస్కు తెలిపింది. యోగా మరియు ధ్యాన ప్రపంచంలో మీ లయను ఉంచాలని మేము మిమ్మల్ని కోరుతున్నాము. మానవ సమాజంలో కరోనా వైరస్ సంక్రమణ నివారణకు 14 రోజుల చికిత్స మరియు నివారణకు ప్రస్తుతం 14 వ రోజు చికిత్స మరియు నివారణలో ఉన్న జగన్నాథ్ స్వయంగా చికిత్స మరియు బాహ్య శత్రు దాడుల నుండి తనను తాను రక్షించుకోవడానికి చాలా సంవత్సరాలుగా పుణ్యక్షేత్రంలో మరియు వెలుపల ఉండటం ఇక్కడ గమనార్హం. స్వల్పంగా ఉన్న వైరస్ కరోనా ఈ రోజు ప్రపంచాన్ని దిగ్భ్రాంతికి గురిచేసింది. ప్రజలు చేతులు కడుక్కోవాలని, ఒకరికొకరు దూరంగా ఉండాలని, అలాగే ఇంటి నుండి దూరంగా ఉండాలని ప్రభుత్వం పదేపదే సూచించింది. సురక్షితంగా మరియు భద్రంగా ఉండడం తప్ప వేరే మార్గం లేదు. ప్రజలను రక్షించడానికి మరియు మతపరమైన అంటువ్యాధుల నుండి రక్షించడానికి ప్రభుత్వం చేస్తున్న ప్రయత్నాలు అందరికీ తెలిసినవి.