ବଜ୍ରପାତରେ ଜଣେ ବ୍ୟକ୍ତି ସହ ଗୋଟିଏ ଛେଳିର ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଞ୍ଚଳ କଳମା ଗ୍ରାମରେ ଏକ ବିରାଟ ଅଘଟଣ ଘଟି ଯାଇଛି । ଘଟଣାରୁ ଜଣା ପଡ଼ିଛି କଳମା ଗ୍ରାମର ମକରା ମୁର୍ମୁ ବୟସ-୬୦ ବର୍ଷ ଆଜି ଅପରାହ୍ନ ୫ ଘଟିକା ସମୟରେ ମେଘ ଉଠି ଆସିବାରୁ ବିଲକୁ ଛେଳି ଆଣିବାକୁ ଯାଇଥିଲେ । ମାତ୍ର ବିଲରୁ ଛେଳି ଆଣିବା ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହେବା ସହିତ ଗୋଟିଏ ଛେଳିର ମଧ୍ୟ ମୃତ୍ୟୁ ହୋଇଛି । ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଓ ତାଙ୍କର ମୃତ୍ୟୁରେ ସରକାରୀ ସାହାଯ୍ୟ ପାଇଁ ଜନସାଧାରଣ ଦାବୀ ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା