କରୋନା ସଂକ୍ରମଣ ଯୋଗୁଁ ଡାକସେବା ପ୍ରଭାବିତ : କାର୍‌ରେ ଆସିଲା ମାଳମାଳ ରାକ୍ଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହରୁ ଡାକସେବା ପ୍ରଭାବିତ ହୋଇଛି । ଏହାର ପ୍ରଭାବ ମଧ୍ୟ ଜଳେଶ୍ୱର ମୁଖ୍ୟ ଡାକଘର ଅଞ୍ଚଳରେ ଦେଖାଦେଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ବିଭାଗ ଏବେ ବି ବିଶ୍ୱାନସୀୟତା ବଜାଇ ରଖିଥିବାରୁ ଆଜି ବାଲେଶ୍ୱରରୁ ଏକ କାର୍ ‌ଯୋଗେ ଜଳେଶ୍ୱରକୁ ମାଳ ମାଳ ରାକ୍ଷୀ ଆସିଥିବା ଜଣାଯାଇଛି । ରାତି ପାହିଲେ ରକ୍ଷା ବନ୍ଧନ ଉତ୍ସବ । ପ୍ରତିବର୍ଷ ଡାକଯୋଗେ ଦୂରଦୂରାନ୍ତରେ ଥିବା ଭଉଣୀମାନେ ଭାଇ ନିକଟକୁ ସ୍ନେହଶ୍ରଦ୍ଧା ଓ ଭକ୍ତିର ପ୍ରତୀକ ରାକ୍ଷୀ ପଠାଇଥାନ୍ତି । ଚଳିତ ବର୍ଷ ରେଳ ଓ ବସସେବା ପ୍ରଭାବିତ ହୋଇଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଡାକସେବା ଯୋଗାଇବା ସମ୍ଭବ ହୋଇ ପାରିନାହିଁ । ତଥାପି ବିଶ୍ୱସନୀୟତା ବଜାଇ ରଖିଆସିଥିବା ଡାକ ବିଭାଗ ଆଜି ରବିବାର ଛୁଟିଦିନ, ରେଳଯାତ୍ରା ବନ୍ଦଥିବା ବେଳେ ବାଲେଶ୍ୱରରୁ ଏକ ଓଡି୦୧ଆର୍‌୭୭୦୬ କାର୍‌ଭର୍ତ୍ତି ଜଳେଶ୍ୱର ମୁଖ୍ୟ ଡାକଘରକୁ ପଠାଇଛି । ଆସନ୍ତା ସୋମବାର ଏ ସବୁକୁ ନିର୍ଦ୍ଧିଷ୍ଟ ସ୍ଥାନକୁ ପଠାଇାକୁ କର୍ତ୍ତୃପକ୍ଷ ପୋଷ୍ଟ ମାଷ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା