ଚଡ଼ ଚୋରମରା ଗ୍ରାମରେ ନୂତନ ବାଲି ଖାଦାନ ପାଇଁ ପ୍ରଶାସନ ତରଫରୁ ତଦନ୍ତ : ଗ୍ରାମବାସୀଙ୍କ ବିରୋଧ…

ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ଵର ତହସିଲ ଓ ଜମାଳପୁର ଆର ଆଇ ସର୍କଲ ଅଧିନ ଏକତାଳି ଗ୍ରାମର  ମେଳକ, ଗୋବର୍ଦ୍ଧନପୁର ଓ ଚୋରମରା ଗ୍ରାମ ପଞ୍ଚାୟତର ଚଡ଼ଚୋରମରା ଗ୍ରାମର ସୁବର୍ଣ୍ଣରେଖା ନଦୀରେ ନୂତନ ବାଲି ସୌରାତ ପାଇଁ ପ୍ରଶାସନ ତରଫରୁ ତଦନ୍ତ କରାଯାଇ ଥିବା ବେଳେ ଚଡ଼ ଚୋରମରା ଗ୍ରାମରେ ବାଲି ବୋହିବା ପାଇଁ ପକ୍କା ରାସ୍ତା ନ ଥାଇ କଚା ରାସ୍ତା ଥିବାରୁ ଓ ରାସ୍ତାର ଓଷାର ନ ଥିବା ଗାଡ଼ି ଯିବା ଆସିବା ସମ୍ଭବ ନୁହେଁ ବୋଲି  ଗ୍ରାମବାସୀ ମାନେ ଏହି ବାଲି ସୌରାତକୁ ବିରୋଧ କରୁ ଥିବା ଜଣା ପଡ଼ିଛି । ଯଦି ବାଲି ସୌରାତ ଏଠାରେ ହୁଏ, ତେବେ ରାସ୍ତା ଯାହା ଟିକେ ଅଛି ସମ୍ପୂର୍ଣ ନଷ୍ଟ ହେବା ସହିତ ରାସ୍ତା ପାଖରେ ଘର ଗୁଡ଼ିକ ବାଲି ଧୂଳିରେ ଭର୍ତ୍ତି ହୋଇଯିବ ବୋଲି ଗ୍ରାମବାସୀ କହିଛନ୍ତି ଏବଂ ପ୍ରଶାସନ ତରଫରୁ ପ୍ରଥମେ ପକ୍କା ରାସ୍ତା ହେଉ ତା ପରେ ବାଲି ସୌରାତ ହେଲେ, କୌଣସି ଆପତ୍ତି ନାହିଁ ବୋଲି  ଗ୍ରାମବାସୀ କହିଛନ୍ତି । ଏହି ତଦନ୍ତ ଟିମ ରେ ଜଳେଶ୍ଵର ତହସିଲଦାର  କ୍ଷୀରୋଦ ପ୍ରସାଦ ପଣ୍ଡା, ମାଇନିଂ ଅଫିସର ସୁରେନ୍ଦ୍ର ସୀକ୍ଲେ, ଫରେଷ୍ଟ ଏସିଏଫ ତପନ କୁମାର ପରିଡ଼ା, ରାଜ୍ୟ ପ୍ରଦୂଷଣ ବୋର୍ଡ଼ର ଅଧିକାରୀ ଅନୀଲ କୁମାର ବାରିକ, ଇରିଗେସନ ଏସଡିଓ ପ୍ରିୟବ୍ରତ ସିଂହ, ରେଞ୍ଜ ଅଫିସର ସରୋଜ ମହାନ୍ତି, ତହସିଲ ସୁପରଭାଇଜର ଶୁଭେନ୍ଦୁ କୁମାର ସାହୁ, ଜମାଳପୁର ଆର ଆଇ ପ୍ରଭୁରାମ କାସ୍ତ, ଇନିସପେକ୍ଟର ପ୍ରତାପ ଚନ୍ଦ୍ର ଭଞ୍ଜ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା