ଫ୍ରେଣ୍ଡସ ୱେଲଫର କ୍ଲବ୍ ପକ୍ଷରୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଫ୍ରେଣ୍ଡସ ୱେଲଫର କ୍ଲବ୍ ପକ୍ଷରୁ ରେଲୱେ ଷ୍ଟେସନରେ ଆଜି ଗରିବ ଖଟିଖିଆ ଦିନମଜୁରିଆ ଶ୍ରମିକ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି । ୧୯୯୫ ମସିହା ଠାରୁ ବ୍ରହ୍ମପୁର ସହରରେ ଗରିବ ମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଏହି ସ୍ୱେଚ୍ଛାସେବୀ ସଂଗଠନ ଆଜି ୧୦୦ ଜଣ ଗରିବଙ୍କୁ ଅନ୍ନ ଦାନ କରିଛି । ରକ୍ତଦାନରେ ସହରରେ ସୁପରିଚିତ ଥିବା ଓ ଚକ୍ଷୁ ସଂଗ୍ରହରେ ମଧ୍ୟ ଆଗରେ ଥିବା ଏହି ଅନୁଷ୍ଠାନ ସବୁ ଦିନେ ଗରିବଙ୍କ ପାଇଁ କାର୍ଯ୍ୟ କରି ଆସିଛି । ଆଜି ଦ୍ଵିତୀୟ ଥର ପାଇଁ କ୍ଲବ ସଦସ୍ୟମାନେ ମିଶି ରେଲୱେ ଷ୍ଟେସନରେ ୧୦୦ଜଣ ଗରିବଙ୍କ ପାଇଁ ଏକ ଅନ୍ନ ଦାନ ଶିବିର କରିଥିଲେ । ଲକଡାଉନ ଯୋଗୁଁ କାମ ଧନ୍ଦା ନ ପାଇ ଏହି ଗରିବ ଶ୍ରେଣୀର ଲୋକମାନେ ଆୟ ଅଭାବରୁ ଖାଇବାରେ ମଧ୍ୟ ଅସୁବିଧାରେ ଚଳି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି କ୍ଳବ ରେଲୱେ ଷ୍ଟେସନ ମାଷ୍ଟ୍ର, ରେଲୱେ ପୋଲିସ ଓ ଷ୍ଟେସନ ଅଟୋ ସଂଘ ମିଳିତ ଭାବେ ସହଯୋଗ ସହାୟତା କରି ଆଜିର ଅନ୍ନ ଦାନ ସୁଚାରୁ ରୂପେ ଚଳାଇ ଆସିଥିଲେ । ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଇଛି

ରିପୋର୍ଟ ” ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା