ସମାଜସେବୀ ଅକ୍ଷୟ ବାରିକଙ୍କ ସଚେତନତା ଓ ସହାୟତା ପ୍ରଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦୀର୍ଘ ଦିନ ଧରି ଲକଡାଉନ ଜାରି ହୋଇଥିବା ବେଳେ ଗରିବ ଅସହାୟ ଦିନମଜୁରିଆ ଖଟିଖିଆ ଶ୍ରମିକ ମାନେ କିଛି କାମ ଧନ୍ଦା ନ ପାଇ ଅର୍ଥ ଅଭାବରୁ ବହୁ କଷ୍ଟରେ ରହୁଥିବାରୁ ମୁଠାଏ ଖାଦ୍ୟ ସଂଗ୍ରହ କରିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି । ସେମାନଙ୍କ ଦୁଃଖ ଅପ୍ରମିତ ପାଇଁ ଆଜି ଭୁବନେଶ୍ୱର ଆଇଆରସି ବସ୍ତି ଅଞ୍ଚଳର ଲୋକମାନଙ୍କୁ ଡାଲି, ତେଲ, ପରିବା ଓ ମାସ୍କ ଇତ୍ୟାଦି ସମାଜସେବୀ ଅକ୍ଷୟ କୁମାର ବାରିକ ନିଜ ସମ୍ବଳ ଅନୁସାରେ ଲୋକମାନଙ୍କୁ ବଣ୍ଟନ କରିଛନ୍ତି । ଏହାସହ ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନତା କରାଇବା ସହ ଘରେ ରହି ସୁରକ୍ଷିତ ରୁହନ୍ତୁ ଆବଶ୍ୟକ ପଡିଲେ ମାସ୍କ ପିନ୍ଧି ଘର ବାହାରକୁ ବାହାରନ୍ତୁ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଅକ୍ଷୟଙ୍କ ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା