ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭାଟଖାଲି ଗ୍ରାମର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି

ଛତ୍ରପୁର : ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି ଗ୍ରାମର ବଂଶୀଧର ସ୍ବାଇଁଙ୍କ ପୁତ୍ର  ତୋଫାନ ସ୍ବାଇଁ ଗତ ୪ ତାରିଖରେ  ବାଲିପଦର କଳମ୍ବ ରୋଡ ମଧ୍ୟରେ ମୋଟର ସାଇକେଲ ଦୁର୍ଘଟଣାରେ ମୃତ୍ୟ ବରଣ କରିଥିଲେ । ଏହି ଦୁଃଖଦ ଖବର ପାଇବାପରେ ବିଧାୟକ ଶ୍ରୀକାନ୍ତ ସାହୁ ଭାଟଖାଲି ଗ୍ରାମ ପରିଦର୍ଶନ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୦୦୦/- ଟଙ୍କା (ପାଞ୍ଚ ହଜାର ଟଙ୍କା) ସହାୟତା ରାଶି ପ୍ରଦାନ କରିଛନ୍ତି ।ସମବେତ ଜନତା ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।