ରାୟଗଡା ପୋଲିସ ଜୁଆ ଆଡ୍ଡାରେ ଉପରେ ଛଡାଉ କରି ଦଶ ଜଣକୁ କଲେ ଗିରଫ

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ପୁଲିସ ଗତ ରବିବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ୨୬ ହଜାର ୮୯୦ ଟଙ୍କା ଓ ୭ଟି ମୋବାଇଲ ଫୋନ ଜବତ ହୋଇଛି । ସହରସ୍ଥିତ ପିଏଚଡି ପାହାଡ ଉପରେ ଜୁଆ ଆଡ୍ଡା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ରାୟଗଡା ପୁଲିସ ପହଞ୍ଚି ଚଢାଉ କରିଥିଲା । ଆଇଆଇସି କୃଷ୍ନ ଚନ୍ଦ୍ର ଭତ୍ରାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା କୁମାର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ରାୟଗଡା ପୁଲିସ ପକ୍ଷରୁ ଜୁଆ ଖେଳ ଉପରେ ରୋକ ଲଗାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖେଳ ଚାଲିଥିବା ଖବର ପାଇ  ପୋଲିସ ପେଟ୍ରୋଲିଂ କଡାକଡି କରିଥିବା  ଜଣାପଡିଛି  ।