ପୋଲସରାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮”ରେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର :ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀକାନ୍ତ  ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରି ଶିଶୁ ମହୋତ୍ସବ ସୁରଭି ସମ୍ପର୍କରେ ସମ୍ୟକ ସୂଚନାଦେଇଥିଲେ ଓ ସମ୍ମାନିତ ଅତିଥି ରୂପେ ପୋଲସରା ବ୍ଲକ BEO, ABEO ଏବଂ ପୋଲାସରା ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଏବଂ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ।