ପୂର୍ବତନ ନଗରପାଳ ହିମାଂଶୁ ଶେଖର ନନ୍ଦିଙ୍କ ୭ମ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ବିଶିଷ୍ଟ ଲେଖକ, ସମାଜସେବି, ନେତା ଓ ଦରଦୀବନ୍ଧୁ ହିମାଂଶୁ ଶେଖର ନନ୍ଦୀ ଜଳେଶ୍ୱର ଅଂଚଳରେ ବେଶ୍ ଏକ ଚିହ୍ନାମୁହଁ । ଆଜି ତାଙ୍କ ଅବର୍ତ୍ତମାନରେ ୭ମ ସ୍ମୃତିସଭା ଜଳେଶ୍ୱରସ୍ଥିତ ଭଂଜଶ୍ରୀବିହାରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସାମ୍ୟବାଦି ନେତା ଶିଶିର କୁମାର ହୁଇ ଅଧ୍ୟକ୍ଷତା କରିଥିଲେ । ସ୍ୱଳ୍ପକାଳ ଲାଗି ଜଳେଶ୍ୱର ପୌରପାଳ ଭାବେ କାର୍ଯ୍ୟକରି ସେ ସମସ୍ତଙ୍କ ହୃଦୟ ଜୟ କରିପାରିଥିଲେ । ଏବେବି ତାଙ୍କର ବହୁ ଅଧୁର ସ୍ୱପ୍ନ ସାକାର ହୋଇ ପାରିନଥିବାରୁ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ରାଶିକୁ ଜଳେଶ୍ୱରବାସୀ ଝୁରୁଛନ୍ତି ବୋଲି ବକ୍ତାମାନେ ମନ୍ତବ୍ୟ ଦେଇଥିଲେ । ସୁବର୍ଣ୍ଣରେଖାର ୨୦୦୮ ବନ୍ୟାପରେ ଜଳେଶ୍ୱରକୁ ବଂଚାୟ ଶୀର୍ଷକ ପୁସ୍ତକ ତାଙ୍କର ଜଳେଶ୍ୱରବାସୀ ପ୍ରତି ଆହ୍ୱାନ ଓ ଜାତୀୟ ରାଜପଥ ୬୦ ନିର୍ମାଣ ପୂର୍ବରୁ ସୁବର୍ଣ୍ଣରେଖା ନଦି କଡେ କଡେ ରାଜପଥ ପ୍ରତିଷ୍ଠା ହୋଇ ପାରିଲେ ବନ୍ୟା ସମସ୍ୟା ଦୂର, ଜଳେଶ୍ୱର ସୁରକ୍ଷା ଓ ଲୋକଙ୍କ ଜମି ହରାଇବାକୁ ପଡିବନାହିଁ ବୋଲି ତାଙ୍କର ଲେଖା ଆଜି ବି ପ୍ରତ୍ୟେକଙ୍କର ଶିହରଣ ଆଣେ । ଡ. ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଚରଣ ପାତ୍ର , ତହସିଲଦାର ସ୍ମୃତିରଂଜନ ମଲ୍ଲିକ, ପୌରଅଧିକାରୀ ଅଜୟ ମହାପାତ୍ର, ଶିକ୍ଷକ ନେତା ଇନ୍ଦୁଭୂଷଣ ମହାନ୍ତି, ଯୁବନେତା ପ୍ରତୀପ ପ୍ରଧାନ, ଡ. ରମାକାନ୍ତ ଭଂଜ, ଡ. ଲଳିତରଂଜନ ସେନାପତି, ବିଷ୍ଣୁପଦ ମହାନ୍ତି, ସୀତାଶୁଂ ସେନାପତି, ଅରୁଣ କୁମାର ବେଜ, କମଳ ଚକ୍ରବର୍ତ୍ତୀ, ଦିଲ୍ଲିପ ଗିରି, କପିଳେଶ୍ୱର ମହାନ୍ତି, ଶରତ ପରିଡା ପ୍ରମୁଖ ଏଥିରେ ବକ୍ତବ୍ୟ ରଖି ହିମାଂଶୁ ବାବୁଙ୍କ ବହୁମୁଖୀ ପ୍ରତିଭା ସ୍ମୃତି ରୋମନ୍ଥନ କରିଥିଲେ । ଆଇନ୍‌ଜିବୀ ଜିତାଂଶୁ ନନ୍ଦି, ଅବନୀ ନାଗ, ଆଶିଷ ଗିରି ପ୍ରମୁଖ ବହୁ ବ୍ୟକ୍ତି ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା