ଜଳେଶ୍ୱର ସାମ୍ବାଦିକଙ୍କ ପକ୍ଷରୁ ସିଡିଏସ୍ ମେଜର ବିପିନ୍ ରାୱତ୍ ଓ ୧୨ ବୀର ଶହିଦ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଘଡିସନ୍ଧି ମୁହୁର୍ତ୍ତରେ ହେଲିକ୍ଟେର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତ ଓ ଅନ୍ୟ ୧୨ଜଣ ବରିଷ୍ଠ ସାମରୀକ ଅଧିକାରୀଙ୍କ ନିହତ ଦେଶର ଅପୂରଣୀୟ କ୍ଷତି ବୋଲି ଆଜି ଜଳେଶ୍ୱର ସାମ୍ବାଦିକଙ୍କ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭାରେ ମତପ୍ରକାଶ ପାଇଛି । ଜଳେଶ୍ୱର ଡାକବଂଗଳ ପରିସରରେ ଆୟୋଜିତ ଏପରି ସଭାରେ ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ସଭାପତିତ୍ୱ କରିଥିଲେ । ଏହି ଶୋକ ସଭାରେ ସାମ୍ୟବାଦୀ ନେତା ଶିଶିର ହୁଇ, ଯୁବ ନେତା ପ୍ରତୀପ ପ୍ରଧାନ, ଦିଲ୍ଲିପ କୁମାର ଗିରି, ଶାନ୍ତନୁ ପଟ୍ଟନାୟକ, ସୁଦାମ ପାତ୍ର, ଶରତ ପରିଡା ଓ ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ ଜେନା ଯୋଗଦେଇ ବିଶ୍ୱରେ ଭାରତର ଉତ୍‌ଥାନ ବେଳେ ଚୀନର ସାମ୍ରାଜ୍ୟବାଦି କାର୍ଯ୍ୟକୁ କଡା ଜବାବ୍ ଦେବାପାଇଁ ସ୍ୱର୍ଗତ ବିପିନ୍ ରାୱତଙ୍କ ସାମରିକ ଆଧୁନୀକିକରଣ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ରବିନ୍ଦ୍ର ସେନାପତି, ଅରୁଣ ଜେନା, ପତିତ ପାବନ ପ୍ରଧାନ, ସୁଶାନ୍ତ ପ୍ରଧାନ, ମନୋଜ ଭୂୟାଁ, ଦିଲ୍ଲିପ ଦାସ, ଦୀନବନ୍ଧୁ ପ୍ରଧାନ, ଗୋପବନ୍ଧୁ ସାହୁ, ଅବଦୁଲ ରହିମ୍‌, ମୃତ୍ୟୁଞ୍ଜୟ ଦାସ, ଅଶ୍ୱିନୀ ନାଥ, ଭୋଳାନାଥ ସିଂ, ସୁବ୍ରତ ଘୋଷ, ଦୁର୍ଗାଶଙ୍କର ଗିରି, ଇଫ୍‌ରାଜ ସାହା, ଗୌରଗୋପାଳ ସେନ୍‌, ରବିନାରାୟଣ ପାତ୍ର ପ୍ରମୁଖ ସ୍ମୃତିଚାରଣ ସହିତ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ପ୍ରଥମେ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା