ପୁରୁଣା ପେନସନ ଲାଗୁ କରିବା ଲାଗି ଦେଶର ଉଭୟ କେନ୍ଦ୍ର ଓ ରାଜ୍ୟର ସବୁ କର୍ମଚାରୀଙ୍କ ଟ୍ଵିର୍ଟର ଅଭିଯାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ନେସନଲ ମୋମେଣ୍ଟ ଫୋର ଓଲଡ଼ ପେନସନ ସ୍କିମ (NMOPS) ଦେଶ ବ୍ୟାପି ୨୦୦୫ରୁ ଲାଗୁ ହୋଇଥିବା ନିୟୁ ପେନସନ ସ୍କିମ (NMOPS) ରଦ୍ଦ କରି ପୁରୁଣା ପେନସନ ବେବସ୍ତା ଲାଗୁ କରିବା ଦାବିରେ ଦିନ ୧୨ ଟାରୁ ୪ଟା ମଧ୍ୟରେ ଟ୍ଵିର୍ଟରରେ ଟ୍ରେଣ୍ଡ କରି ଦେଶରେ ଏକ ନମ୍ବର ରହିଥିଲା । We Want Old Pension ୧୫ ଲକ୍ଷ୍ୟ ଓ Restore Old Pension ୭.୪ ଲକ୍ଷ୍ୟ ଟୁଇଟ୍ ହୋଇ ଦେଶରେ ଏକ ଓ ଦୁଇ ନମ୍ବରରେ ରହିଥିଲା । ଏଥିପାଇଁ NMOPS ରାଷ୍ଟୀୟ ସଭାପତି ବିଜଯ କୁମାର ବନ୍ଧୁ ଓ ରାଷ୍ଟୀୟ ମହାସଚିବ ଜସ ପ୍ରଜ୍ଞା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ସାଧୁବାଦ ଜ୍ଞାପନ କରିଛନ୍ତି । ପୁରୁଣା ପେନସନକୁ ସପୋର୍ଟ କରି ଦେଶର ବହୁ ରାଜନେତା, ସେଲିବ୍ରେଟି, ସାମ୍ବାଦିକମାନେ ରିଟୁଇଟ୍ କରିଥିଲେ । ଓଡ଼ିଶାରେ ପୁରୁଣା ପେନସନ ଲାଗି ଗତ ବର୍ଷ ସବୁ ସଂଗଠନ ଏକ ହୋଇ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ବେଳେ କୋରାନା ବାଧା ଦେଇଥିଲା । ସ୍ୱାଧୀନତା ପରେ ସରକାରୀ ଚାକିରୀର ସବୁଠୁ ଭଲ ଉପଲବ୍ଧ ଭାବେ ଅବସର ପରେ ପୁରୁଣା ପେନସନ କର୍ମଚାରୀ ମାନଙ୍କୁ ଖୁସିରେ କାଟିବା ପାଇଁ ପେନସନ ଲାଗୁ କରାଯାଇଥିଲା ଯାହାକୁ କେନ୍ଦ୍ର ସରକାର ୨୦୦୫ ଠାରୁ ଅଧାଦେଶ ଆଣି ବନ୍ଦ କରିଦେଇଥିଲେ ଯାହାକୁ ବିରୋଧ କରି ଦିଲ୍ଲୀର ଯନ୍ତରମନ୍ତର ନଭେମ୍ବର ୨୦୧୮ରେ ୧୦ ଲକ୍ଷ୍ୟ କର୍ମଚାରୀ ଏକ ହୋଇଥିଲେ । ବିଭିନ୍ନର ଭିନ୍ନ ଭିନ୍ନ ଦାବି ଭିତରେ ସମୂହ ସ୍ୱାର୍ଥ ଲାଗି ପୁରୁଣା ପେନସନ ଲାଗୁ କରିବା ପାଇଁ ଓଡ଼ିଶାରେ ଏକ ହୋଇ ଆଗାମୀ ଦିନରେ ଲଢ଼େଇ କରିବେ ବୋଲି NMOPS ଓଡିଶା ସଂଗଠନର ଆଭାହକ ବିଜୟ ମଲ୍ଲ, ଇଫତେଖାର ଅହମ୍ମଦ, ପ୍ରଯତ୍ନ ବରାଳ, ରାଜେଶ ମହାନ୍ତି, ସୁଶାନ୍ତ ବେହେରା, ବାଙ୍କିମ ଚନ୍ଦ୍ର ସାଗର, ରଶ୍ମି ଦାସ, ପ୍ରଦୀପ ପ୍ରଧାନ, ଶୁବ୍ରଜିତ ପ୍ରତିହାରୀ, ବିଶ୍ୱଜିତ ବିଶ୍ୱାଳ, ଶ୍ୟାମଳି ପଟ୍ଟନାୟକ, ପ୍ଳାବନ କୁମାର, ଅନିତା ବେହେରା ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ବୋଲି ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।