ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ : ଅସଲି ନା ନକଲି ?

କଳାହାଣ୍ଡି(ସମୃଦ୍ଧ ଓଡିଶା)ପୁଣି ଗଦା ଗଦା ୨ଶହ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ, ତେବେ ଏହା ଅସଲି ନା ନକଲି ଫରେନ୍‌ସିକ୍ ଯାଞ୍ଚ କଲେ ଜଣାପଡିବ? କିନ୍ତୁ ନକଲି ନୋଟ କାରବାର ଚାଲିଛି ବୋଲି ଖବର ପାଇ ପୋଲିସ ପାଟ୍ରୋଲିଂ ବେଳେ ଚଢ଼ାଉ କରି ଏହି ଅପରାଧିକ କାର୍ଯ୍ୟ ଚଳାଇଥିବା ଦୁର୍ବୃତ୍ତକୁ ଧରିଛି କଳାହାଣ୍ଡି ଏମ୍‌.ରାମପୁର ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ରିଶିଡ଼ା କୁନ୍ଦେଇପାଲିର ବୀରେନ୍ଦ୍ର ସୁନା। ତା’ ନିକଟରୁ ୧୦୦ ଖଣ୍ଡ ଦୁଇ ଶହ ଟଙ୍କିଆ ଏହି ନକଲି ନୋଟ୍ ଜବତ କରାଯାଇଛି। ସେ ଏହି ନୋଟ୍‌ କେଉଁଠୁ ଆଣିଲା, କିପରି ଭାବେ ଓ କେଉଁଠି ଏହି ନକଲି ନୋଟ୍‌ ଛପା ଯାଉଛି, ଏହି ନକଲି ନୋଟ୍ କାରବାରରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ତାହା ଜାଣିବାକୁ ପୋଲିସ ତନାଘନା ଜୋରଦାର କରିଛି।ଏନେଇ ଆଜି କେସିଙ୍ଗା ଏସ୍‌ଡିପିଓ ରୋହିତ ବର୍ମା ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିଶିଡ଼ାକୁ ପୋଲିସ ଟିମ୍‌ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏହି ଅଭିଯୁକ୍ତକୁ ଧରିଛନ୍ତି। ଏହି ନକଲି ନୋଟ୍‌ କାରବାର ବାହାର ରାଜ୍ୟରୁ ନେଟ୍‌ ୱାର୍କ କାମ କରୁଥିବା ମଧ୍ୟ ସନ୍ଦେହ କରାଯାଉଛି। ଲିଙ୍କ ଥିଲେ ତଦନ୍ତରେ ଧରାପଡ଼ିବ। ଜବତ ନୋଟ୍‌କୁ ଫରେନ୍‌ସିକ୍ ଯାଞ୍ଚ ନିମନ୍ତେ ମଧ୍ୟ ପଠାଯିବ।ସେଠାରେ ଏସବୁ ଅସଲି ନା ନକଲି ଜଣାପଡିବ ବୋଲି ପୋଲିସ କହିଛି ।