ପାଣ୍ଡିଆନ ଗୋ ବ୍ୟାକ୍‌ ନାରାରେ କମ୍ପିଲା ସହର : ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଉତ୍ସସ୍ଥିତ ସମ୍ବର୍ଦ୍ଧନା

ପାରାଦ୍ୱୀପ(ସମୃଦ୍ଧ ଓଡିଶା)ପାଣ୍ଡିଆନ ଗୋ ବ୍ୟାକ୍‌ ନାରାରେ କମ୍ପିଲା ପାରାଦୀପ କୁଜଙ୍ଗ ଜଗତସିଂପୁର ଏରସିଂମା ରାହାମା ଆଦି ସହର I ଅନ୍ୟ ପକ୍ଷରେ ଶହସ୍ରାଧିକ ବିଜେଡି କର୍ମୀ ରୁଣ୍ଡ ହୋଇ ବ୍ୟାପକ ସ୍ୱାଗତ ସମ୍ଵର୍ଦ୍ଧନାରେ ପଣ୍ଡିୟାନ ବାବୁଙ୍କୁ ପାଛୋଟି ନେଉଛନ୍ତି। ସେଥିରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳୁଛି I ତେବେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏବେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲାଗସ୍ତକୁ ବିରୋଧ କରି ଯୁବ ବିଜେପି ମୋର୍ଚ୍ଚା ପାଣ୍ଡିଆନ ଗୋ ବ୍ୟାକ୍‌ ନାରା ଦେଇଛନ୍ତି। କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାହାମାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବିରୋଧ କରିଥିବା ବେଳେ ପାରାଦୀପ ଏଡିଏମ୍‌ ଅଫିସ ଆଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରି ପାଣ୍ଡିଆନ ଗୋ ବ୍ୟାକ୍‌ ନାରା ଦେଇଛନ୍ତି। କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍‌ ନାରା ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ୫-ଟି ସଚିବ ପାଣ୍ଡିଆନ ଆଜିଠୁ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଅଛନ୍ତି। ଆଜି ସକାଳ ୯ଟା ୩୦ ମିନିଟ୍‌ରେ ସେ ହେଲିକପ୍ଟରରେ ଏରସମା ବ୍ଳକର ଶିଆଳିଠାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୪୦ମିନିଟ ରହିବା ପରେ ପାରାଦ୍ୱୀପ ଗସ୍ତରେ ଆସିଛନ୍ତି। ପାଣ୍ଡିଆନଙ୍କ ଭଳି ଜଣେ ସଚିବଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରି ରାହାମାଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବ୍ଲାଜ ଡେ ପାଳନ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ଵେଲୁନ ଉଡ଼ାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ପାରାଦୀପ ବିଜେପି ଯୁବ ମୋର୍ଚ୍ଚା ସଂଯୋଜକ ଅକ୍ଷୟ ଦାସ କହିଛନ୍ତି, ଓଡ଼ିଶାରେ ବିଧାୟକ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି ଓ ତାଙ୍କ ପାଇଁ ଯେପରି ଆୟୋଜନ କରାଯାଉଛି, ତାହା ଦୁର୍ଭାଗ୍ୟଜନକ। ଜଗତସିଂହପୁର ଜିଲ୍ଲାର ୪ ଜଣ ବିଧାୟକ ଓ ସାଂସଦ ଅଛନ୍ତି। ହେଲେ ସେମାନେ କେବେ ଜଗତସିଂହପୁର ଜିଲ୍ଲାର ସମସ୍ୟାରେ ବିଷୟରେ ବିଧାନସଭା ହେଉ ବା ସାଂସଦରେ କେଉଁଠି ପ୍ରଶ୍ନ ଉଠାଇ ନାହାନ୍ତି। ହେଲେ ଜଣେ ସଚିବ ପାଇଁ ସେମାନେ ଯେପରି ତତ୍‌ପର ହୋଇ ପଡ଼ୁଛନ୍ତି ଏହା ଦେଖି ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଜଣେ ବିଧାୟକ ବଡ଼ ନା ଜଣେ ସଚିବ ବଡ଼? ମନ୍ତ୍ରୀ ବଡ଼ ସଚିବ ବଡ଼ ଏହାର ଉତ୍ତର ଦିଅନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି ।ସେହିପରି ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ରତାପ ଦାସ କହିଛନ୍ତି, ୫-ଟି ସଚିବ ଯଦି ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି, ତାହାହେଲେ ଚାକିରି ଛାଡ଼ି ଲୋକଙ୍କ ସେବା କଲେ ଅସୁବିଧା କେଉଁଠି ରହିଲା ।