ପିଙ୍ଗୁଆ ଗ୍ରାମରେ ଧୁମଧାମରେ ଦୋଳ ପୂର୍ଣ୍ଣିମା ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମରେ ବହୁ ଯାକଯକରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏଥିରେ ପ୍ରତି ସାହିର ବିମାନ ସାମିଲି ହୋଇଥିଲେ । କୀର୍ତ୍ତନ ମଣ୍ଡଳୀଙ୍କ ଦୁରା ଖୋଲ ଏବଂ କଂସାର ତାଳେ ତାଳେ ପୁରା କମ୍ପି ଉଠୁଥିଲା ପିଙ୍ଗୁଆ ଗ୍ରାମ । କୀର୍ତ୍ତନ ମଣ୍ଡଳୀ ଭିତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିଲା ଚଗଲା ମୋହନ ଜୀଉ, ପିଙ୍ଗୁଆ ମଝି ସାହି । ଏହି ଅବସରରେ ଚାଟ୍, ଗୁପ ଚୁପ୍, ଦହି ବରା ଭଳି ବିଭିନ୍ନ ଖାଦ୍ୟର ପସରା ମଧ୍ୟ ରହିଥିଲା । ଏଥିରେ ଭାଗ ନେଇଥିଲେ ୧୦ରୁ ୧୨ଗୋଟି ବିମାନ । ଏହି କାର୍ଯ୍ୟକ୍ରମରେ ଜଜ ଦାୟିତ୍ୱରେ ରହିଥିଲେ ପୂର୍ବତନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ଅମୂଜା କୁମାର ସାହୁ, ବାସୁଦେବ ବେହେରା, ଶ୍ୟାମ ସୁନ୍ଦର ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ । ପ୍ରଥମେ ଗ୍ରାମର ରଘୁନାଥ ମହାପ୍ରଭୁ ଥାନ୍ ପତି ହୋଇ ବାହାରିଥିଲେ । ଏହାପରେ ଅନ୍ୟ ସାହିର ବିମାନ ବାହାରିଥିଲା । ପ୍ରଭୁ ରାଧାକୃଷ୍ଣଙ୍କୁ ବହୁ ଆଡମ୍ବନ୍ ସହ ରଙ୍ଗ ଅଭିର ମାରି ଗ୍ରାମର ବଡ଼ ଦାଣ୍ଡରେ ଶୋଭାଯାତ୍ରା କରିଥିଲେ । ଏହି ଉତ୍ସବ ପାଳନରେ ପ୍ରାୟ ୧୦,୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା । ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମଟି ରାତ୍ର ୧୨ଟା ଠାରୁ ଆରମ୍ଭ ହୋଇ ସକାଳ ୧୦ଟାରେ ସମାପ୍ତ ହୋଇଥିଲା ।

ରିପୋର୍ଟ : ଶୁଭମ ପାଣି