ଅବକାରୀ ବିଭାଗର ଚଢ଼ାଉ:୪ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦେଶକ୍ରମେ ଜିଲ୍ଲାରେ ଅବକାରୀ ଚଢ଼ାଉ ଜୋରଦାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଗତକାଲି ଖଲିକୋଟ ଅବକାରୀ ଅଧିକାରୀ, ଉମାକାନ୍ତ ସ୍ୱାଇଁ, ଅବକାରୀ ନୀରିକ୍ଷୀକା, ଛତ୍ରପୁର ଦିପ୍ତିମୟୀ ସାହୁ ଓ ଷ୍ଟାଫଙ୍କ ଦ୍ୱାରା ଖଲିକୋଟ, ହୂମା ଓ ରମ୍ଭାର ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚାରିଗୋଟି ମାମଲା ୠଜୁ କରି ଚାରି ଜଣଙ୍କୁ ଗିରଫ କରିଛନ୍ତି । ରମ୍ଭାର ମନୋଜ ନାହାକ, ଖଲିକୋଟ ଗୁନଟୁରୁର ଅଶୋକ ସିଂଙ୍କ ଠାରୁ ୨.୭ଲିଟର ବିଦେଶୀ ମଦ, ୫.୫ ଲିଟର ଵିଅର ଓ ୪.୫ ଲିଟର ବେଆଇନୀ ଦେଶୀ ମଦ ଜବତ କରାଯାଇଛି । ସେହିପର ଅନ୍ୟ ଏକ ମାମଲାରେ ଗଞ୍ଜେଇ ଚାଲାଣ ସମୟରେ ପାଟପୁର ଥାନା ଅନ୍ତର୍ଗତଃ କନସମାରି ଗ୍ରାମର ଜି. ସୂର୍ଯ୍ୟନାରୟଣ ଦୋରାଙ୍କ ଠାରୁ ୧୨.୪ କିଲୋ ଗଞ୍ଜେଇ ଜବତ କରି ଅଦାଲତଙ୍କ ନିକଟରେ ହାଜିର କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା