କରୋନା ସମ୍ପର୍କୀୟ ମିଥ୍ୟା ଗୁଜବ ସୃଷ୍ଟି କରି ଜଣେ ଯୁବକ ଗିରଫ…

ରାୟଗଡ଼ା (ସମୃଦ୍ଧ ଓଡିଶା) ସାମାଜିକ ଗଣମାଧ୍ୟମରେ କରୋନା ଭୁତାଣୁ ସମ୍ପର୍କରେ ମିଥ୍ୟା ଖବର ଭାଇରଲ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସତ୍ୟନାରାୟଣ ସାମଲ । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସତ୍ୟନାରାୟଣ ଗତକାଲି ନିଜ ଫେସବୁକ ଏକାଉଣ୍ଟରେ କେରଳରୁ ଏକ ଦାଦନ ଶ୍ରମିକ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ପହଞ୍ଚିବା ପରେ କରୋନା ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବୋଲି ମିଥ୍ୟା ସୂଚନା ଭାଇରାଲ କରି ଲୋକଙ୍କୁ ଭୟଭୀତ କରିଥିବା ଯୋଗୁଁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଭଳି ମିଥ୍ୟା ଗୁଜବ ଠାରୁ ଦୂରେଇ ରହିବା ଓ ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । 

ରିପୋର୍ଟ : ତୁଷାର ରଞ୍ଜନ ସାହୁ