ପିଏମ୍ ସ୍କୋଲାର୍ସିପ୍ ଘୋଟଲା ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳର ସରକାର କିପରି କେନ୍ଦ୍ର ସରକାର ମେଧାବୃତ୍ତି ଏବଂ ପିଏମ୍ ସ୍କୋଲାର୍ସିପ୍ ପାଇଁ ଦେଉଥିବା ଟଙ୍କାର ବ୍ୟାପକ ଘୋଟଲା କରିଛନ୍ତି ଏବଂ ଲକ୍ଷ୍ଯ ଲକ୍ଷ୍ଯ ଯୁବକ ମାନଙ୍କ ଦକ୍ଷତା ବିକାଶ ପାଣ୍ଠିକୁ ଚଞ୍ଚକତା କରି ତାମିଲ୍ ସଂସ୍ଥା କିପରି ହରିଲୁଟ କରିଛି ତାହା ସିଏଜି ରିପୋର୍ଟରେ ପ୍ରକାଶିତ ହୋଇଛି । ରାଜ୍ୟ ଯୁବମୋର୍ଚ୍ଚାର ଆହ୍ୱାନ କ୍ରମେ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନିରପକ୍ଷ ତଦନ୍ତ କରାଯିବାକୁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର କମାପଲ୍ଲୀ ଛକ ଠାରେ ପ୍ରତିବାଦ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଏଜି ରିପୋର୍ଟ ଅନୁଯାୟୀ ଶିକ୍ଷା ବିରୋଧୀ ରାଜ୍ୟ ସରକାର ଶେଷରେ ଆଦିବାସୀ, ଅନ୍ଧ,ମୁକ ଏଵଂ ବଧିରଙ୍କ ମେଧାବୃତ୍ତି ଟଙ୍କାକୁ ଖାଇଗଲେ । ସରକାର ତାଲିକାରେ ପିଲାଙ୍କ ନାମ ଥିଲାବେଳେ ଛାତ୍ରବୃତ୍ତି ପ୍ରାପ୍ତ ଆକାଉଣ୍ଟ ନମ୍ବର ହେଉଛି କଲେଜର ଏଵଂ ସେହି କଲେଜ ଗୁଡ଼ିକର କୌଣସି ଅସ୍ଥିତ୍ଵ ନାହିଁ । ଶାସନରେ ସ୍ୱଚ୍ଛତା କହୁଥିବା ବିଜେଡି ସରକାର ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ପ୍ରାୟ ୫୮ କୋଟିର ମେଧାବୃତ୍ତି ହେରଫେର କରିଛି । ବାଲେଶ୍ଵର ଏଵଂ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ଅଣଓଡ଼ିଆ ସଂସ୍ଥା ଦ୍ୱାରା ଚଲାଯାଉଥିବା ୧୬ ଗୋଟି ଅନୁଷ୍ଠାନ ମଧ୍ୟରୁ ୮ଟିର ଜମାରୁ ଅସ୍ତିତ୍ବ ନଥିବା କଥା ସାମ୍ନାକୁ ଆସିଛି । ଆଉ ଗୋଟିଏ ଅନୁଷ୍ଠାନରେ ବସିବା କେପାସିଟି ୬୦ ହୋଇଥିବା ବେଳେ,ଅନୁଷ୍ଠାନ ୭୨୦ ଜଣଙ୍କ ତାଲିମ ପାଇଁ ଟଙ୍କା ନେଇଛନ୍ତି । ଦୁଇଟି ଜିଲ୍ଲାର ଦୁଇଟି ସଂସ୍ଥା ଦ୍ଵାରା ୧୫ କୋଟି ୫୭ ଲକ୍ଷ ଟଙ୍କାର ସିଧା ସଳଖ ଦୁର୍ନୀତି ହୋଇଛି । ସେଠି ୩୦ ଟି ଜିଲ୍ଲାରେ ମୋଟ କେତେ କୋଟି ଟଙ୍କା ଦୁର୍ନୀତି ହୋଇଥିବ ଯୁବମୋର୍ଚ୍ଚା ପ୍ରଶ୍ନ କରିଛି ? ସେହିଭଳି ୨୦୧୭-୧୮ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ୬ ଜିଲ୍ଲାର ୨୨ଟି ଅନୁଷ୍ଠାନର ୨,୯୯୬ ଛାତ୍ର ଅଧାରୁ ପାଠପଢା ବନ୍ଦ କରିଥିଲେ ମଧ୍ୟ ପ୍ରାୟ ୭ କୋଟି ୩୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ପ୍ରାୟ ୨୭୯ ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ପାଠପଢା ସରିବା ପରେ ମଧ୍ୟ ୨ କୋଟି ୪୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପାଇବା ସାମ୍ନାକୁ ଆସିଛି । ପ୍ରାୟ ୯୭୩ ଜଣ ଛାତ୍ରଛାତ୍ରୀ ଏକଧିକ ଶିକ୍ଷାନଷ୍ଠାନ ଦର୍ଶାଇ ଏକାଧିକ ବାର ଆବେଦନ କରି ପ୍ରାୟ ୨.୪୩ ଲକ୍ଷ ଟଙ୍କା ପ୍ରାପ୍ତ କରିଛନ୍ତି । ରାଜ୍ୟ ସରକାର କାହିଁକି ଆଧାର କାର୍ଡ ଲିଙ୍କ୍ ନକରି ଏବଂ ବିନା ଡି ବି ଟି ସେଲ ପରାମର୍ଶ ନନେଇ କିପରି ଭାବରେ ଛାତ୍ରବୃତ୍ତି ବଣ୍ଟନ କରୁଥିଲେ । କାହା ନିର୍ଦ୍ଦେଶନାରେ ସରକାର ହିତାଧିକାରୀଙ୍କ ସୂଚୀ ପ୍ରସ୍ତୁତି କରିଥିଲେ ଏବଂ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ କର୍ମୀଙ୍କୁ ପ୍ରଦାନ କରିଛନ୍ତି । ବାଲେଶ୍ଵର ଜିଲାର ୧୦୭୭ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଗୋଟିଏ ବ୍ୟାଙ୍କରେ ଖୋଲା ଯାଇଥିବା ଜଣାପଡିଛି, ଯେପରିକି ବ୍ୟାଙ୍କ ଅଫ୍ ବରୋଦା,ଚର୍ଚ୍ଚ କମ୍ପାଉଣ୍ଡ ଶାଖା, ବାଲେଶ୍ଵର SSITର କର୍ମଚାରୀଙ୍କ ମୋବାଇଲ ନମ୍ବର ଉକ୍ତ ଆକାଉଣ୍ଟରେ ସଂଯୋଗ ହୋଇଥିଲ । ଏହି ସମସ୍ତ ପଇସା ଅନୁଷ୍ଠାନ ଖାଇଯାଇଥିବା କଥା ସିଏଜି କହିଛନ୍ତି । ମାତ୍ର ଦୁଇଟି ବିଭାଗ ଉଚ୍ଚ ଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି,ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଅଧିନରେ ଏତିକି ଦୁର୍ନୀତି ହୋଇଥିବା ବେଳେ ଅନ୍ୟ ବିଭାଗ ଦୁର୍ନୀତି ହିସାବ କଲେ ଆଖି ଖୋସି ହୋଇଯିବ । ଏଣୁ ଯୁବମୋର୍ଚ୍ଚା ଏହାର ନିରପକ୍ଷ ତଦନ୍ତ ଦାବୀ କରିଛି । ଆଜିର ଏହି “ପ୍ରତିବାଦ ଏବଂ ବିକ୍ଷୋଭ” କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ରାଜ୍ୟ କ୍ୟାମ୍ପସ୍ ସଂଯୋଜକ ଆକାଶ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ,କେ.ଚନ୍ଦ୍ରଶେଖର ଦାସ,ସାଧାରଣ ସମ୍ପାଦକ ବି.ସୋମନାଥ ପାତ୍ର,ସମ୍ପାଦକ ଜି.ବିଜୟ ପାତ୍ର,ଡ଼ି.ସୁରେଶ ରେଡ଼ୀ,ମାତା ପ୍ରସାଦ ନାୟକ,ଜିଲ୍ଲା ସମ୍ପାଦିକା ତଥା କର୍ପୋରେଟର ବନିତା ସାହୁ,ସୁମିତ ପାତ୍ର, ଆକାଶ ଗୌଡ଼,ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ କେ.ରବି ରାଓ,ମନୋଜ ମହାରଣା,ଦେବୁନ୍ ପଟ୍ଟନାୟକ,ଡ଼ି.ଅନିଲ ରାଓ,କିଶୋର ସାହୁ,ରୁଦ୍ର ମିଶ୍ର,ରିତେଶ ସେନାପତି,କ୍ରିଷ୍ଣା ସାହୁ,କର୍ପୋରେଟର ଡ଼ି.କରୁଣାକର, ରଞ୍ଜିତା ବେହେରା,ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ,ପ୍ରେମଶିଳା ନନ୍ଦ,ନିବେଦିତା ପାଢ଼ୀ,ସନ୍ତୋଷୀ ଦାସ,ଅନୁପ ପଣ୍ଡା,ଶ୍ରୀରାମ ଦୀନଦୟାଲ, ଏସ୍.ଶ୍ରୀନିବାସ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା

ଭିଡିଓ ରିପୋର୍ଟ : ରଜତ ପଟ୍ଟନାୟକ