ପାହାଡ ତଳକୁ ଖସିଲା ବସ୍…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରତାଲ ନିକଟରେ ପାହାଡ ତଳକୁ ଏକ ଯାତ୍ରୀବାହୀ ବସ୍ ଖସିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଓଆର୦୫ଡବ୍ଲୁ୨୮୫୬ ନମ୍ବର ବିଶିଷ୍ଟ ‘ବୁରତାଲ ଏକ୍ସପ୍ରେସ’ ନାମକ ବସ୍ ଟି ପାହାଡ଼ରୁ ୧୫ ମିଟର ତଳକୁ ଖସି ପଡିଛି । ଗାଡି ପୂଜା କରି ବସ୍ ହେଲପର ଗାଡି ଚଳାଇ ଯାତ୍ରୀଙ୍କୁ ବସାଇବା ପାଇଁ ଯାଉଥିବା ବେଳେ ଅସାବଧାନତା ହେତୁ ପାହାଡ଼ ତଳକୁ ବସଟି ଖସି ପଡିଥିବା ଜଣାପଡିଛି । ଫଳରେ ବସ୍ ହେଲପର ରଜନୀକାନ୍ତ ମହାନ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ବସରେ କୌଣସି ଯାତ୍ରୀ ଚଢି ନ ଥିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଛି । ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ବସଟି ବୁରତାଲରୁ ଜରଡା, ପାତ୍ରପୁର, ଚିକିଟି ଦେଇ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା ବୋଲି ସୂଚନା ମିଳିଛି ।

ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା