ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ଗ୍ରାମରଖି ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲା ଗ୍ରାମରଖି ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ସେଥିରେ ଉଲ୍ଲେଖ କରାଯାଇଛି ଯେ, ସେମାନଙ୍କୁ ପରିଚୟ ପତ୍ର, ଟୋପି, ବେଲଟ୍, ପୋଷାକ, ଲାଠି ବାଡ଼ି, ବୁଟ ଆଦି ପ୍ରଦାନ କରାଯାଉ । ଏହାସହ ସଂଘ ପକ୍ଷରୁ କୁହାଯାଇଛି ଯେ ଆମ୍ଭେ ସମସ୍ତେ ଭଲ କାମ କରିଚାଲିଛୁ ଲୋକମାନେ ମଧ୍ୟ ଆମକୁ ଭଲ ବ୍ୟବହାର କରି ପ୍ରସଂଶା କରୁଥିବା ସତ୍ତ୍ୱେ ଆମର କୌଣସି ଦାବିକୁ ପୂରଣ କରାଯାଉ ନାହିଁ, ଦରମା ମଧ୍ୟ ବଢାଯାଉ ନାହିଁ, କମ୍ ଦରମା ମିଳୁଥିବା ଯୋଗୁଁ ଘର ଚଳାଇବାରେ ବହୁତ କଷ୍ଟକର ହେଉଛି ତେଣୁ ସରକାରୀ ସାହାଯ୍ୟ ପ୍ରାପ୍ତ କରାଯାଉ ବୋଲି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ । ଏହାପରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ପ୍ରତିଶୃତି ଦେଇ ନିଶ୍ଚୟ ପୂରଣ କରାଯିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଗ୍ରାମରଖି କାର୍ତ୍ତିକ ନାୟକ, ରାମହାଣ୍ଡର ଗୌଡ଼, କେ.ନୀଳାଦ୍ରି ପାତ୍ର, ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା