ଗଞ୍ଜାମ ଜିଲ୍ଲା ଦଳିତ ସେନା ଉନ୍ନୟନ ସଂଘ ପକ୍ଷରୁ ବାସହୀନ ପରିବାରଙ୍କୁ ଘର ଯୋଗାଇ ଦେବା ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦଳିତ ସେନା ଉନ୍ନୟନ ସଂଘ ପକ୍ଷରୁ ବାସହୀନ ପରିବାରଙ୍କୁ ଘର ଯୋଗାଇ ଦେବା ଦାବି ନେଇ ଆଜି ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗତକାଲି ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯେ, ଖଲ୍ଲିକୋଟ ତହସିଲର ବାସହୀନ ପରିବାର ମାନେ ବାରମ୍ବାର ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଜାଗା ମିଶନ ଜରିଆରେ ବାସ ଓ ବାସଗୃହ ଯୋଗାଇଦେବା ନିମନ୍ତେ ଅନୁରୋଧ କରିଥିଲେ ସୁଦ୍ଧା ସେମାନେ ଏଥିରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାରଙ୍କ ଜାଗାରେ ଚାଳ କୁଡ଼ିଆ କରି ଦୁଃଖ କଷ୍ଟରେ ଚଳୁଛନ୍ତି ବୋଲି କହିଛନ୍ତି । ଏହାସହ ସେମାନେ ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ସେମାନଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ଶଶି ଜାଲି, ରଞ୍ଜିତା ବେହେରା, ଜୁତି ବେହେରା, ସୁଷମା ଜାଲି, ପ୍ରମିଳା ବେହେରାଙ୍କ ସମେତ ବହୁ ମହିଳା  ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା