ପଲ ହାରିସଙ୍କ ପ୍ରତିମୂର୍ତ୍ତି ସ୍ଥାପନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଟାରୀ ଭଳି ଏକ ଆନ୍ତର୍ଜାତିକ ସଂସ୍ଥାର ସଂସ୍ଥାପନା କରିଥିବା ପଲ ହାରିସଙ୍କୁ ଆଗାମୀ ପୀଢି ସହ ପରିଚିତ କରାଇବା ସହ ସମାଜସେବା ପାଇଁ ଲୋକଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ଭାରତର ପ୍ରତ୍ୟେକ କୋଣରେ ସ୍ଥାୟୀ ନିଜସ୍ୱ ପରିସର ଥିବା ରୋଟାରୀ କ୍ଲବ ପରିସରରେ ପଲ ହାରିସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଥିବା ରୋଟାରୀ କ୍ଲବ ପରିସରରେ ଭାରତର ୧୧୭ତମ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । ଚଣ୍ଡିଗଡ ରୋଟାରୀର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ବାଗ ସିଂହ ପନ୍ନୁ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଅନାବୃତ କରିଥିଲେ । ଛତ୍ରପୁର କ୍ଳବ ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ଆଗାମୀ ଜିଲ୍ଲା ଗଭର୍ଣ୍ଣର ତାପସ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ତଥା ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ । ଚଣ୍ଡୀଗଡ଼ କ୍ଳବର ପୂର୍ବତନ ସଭାପତି ମନଜୀତ ସିଂ, ଗୋପାଳପୁର ରୋଟାରୀ କ୍ଲବର ସଭାପତି ଅଶୋକ ବେହେରା ଓ ଆଗାମୀ ସଭାପତି ପ୍ରମୋଦ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, କେ ବାସୁଦେବ, ଇ ନାଗେଶ୍ଵର ପ୍ରମୁଖ ଉପସ୍ଥିତ ରହିଥିଲେ ।