ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଗଞ୍ଜାମ ଆଞ୍ଚଳିକ ସଡ଼କ ସୁରକ୍ଷା ଅଧିକାରୀ ବିକାଶ ଚୌଧୁରୀ, ମୋଟରଯାନ ନିରୀକ୍ଷକ ଶିବଶଙ୍କର ଚୌଧୁରୀ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ରାସ୍ତା କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ବସ, ଟ୍ରେକର ଓ ଅଟୋ ସଂଘର ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ l ସଡ଼କ ସୁରକ୍ଷା ନିମନ୍ତେ ବେଆଇନ ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ନିମନ୍ତେ ଗୁରୁତ୍ୱ ଆରୋପ କରାଯାଇଥିଲା l ଟ୍ରାଫିକ ଅବରୋଧକୁ ରୋକିବା ସହ ରାସ୍ତାଗୁଡିକର ମରାମତି ଓ ପୁନଃରୁଦ୍ଧାର ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ l ମଦ୍ୟପ ଚାଳକ, ବିନା ହେଲମେଟ ଚାଳକ ଏବଂ ନିୟମଠାରୁ ଅଧିକ ଯାତ୍ରୀ ବହନକାରିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗୁରୁତ୍ୱ ଦେଇଥିଲେ l ଏହାସହ ଆମ୍ବୁଲାନ୍ସର ସେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଉପଧୀକ୍ଷକ ଅଭିରାମ ବେହେରା, ତହସିଲଦାର ଗଞ୍ଜାମ ଅରୁଣ କୁମାର ନାୟକ, ଖଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ବିକ୍ରମ କୁମାର ଦୋରା ପ୍ରମୁଖ ଉପସ୍ଥିତ ଅଂଶ ଗ୍ରହଣ କରିଥିଲେ l