ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଅବନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଭାବେ ଯୁବ ନେତା ଅବନୀ କୁମାର ଶତପଥୀ ନିଯୁକ୍ତ ହୋଇଥିବା ଜଣାପଡିଛି । ସେ ପୂର୍ବରୁ ଜିଲ୍ଲା କଂଗ୍ରେସ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଏହାସହ ଦେଶର ସୁରକ୍ଷା ପାଇଁ ବେସାମରିକ ସୈନିକ ଭାବେ ସେନାରେ ୧୩ ବର୍ଷ କାର୍ଯ୍ୟ କରିବା ପରେ ନିଜ ମାତୃ ଭୂମି ପାଇଁ କିଛି କରିବା ଆଶାରେ ଚାକିରୀରୁ ସ୍ଵତଃ ଭାବେ ୨୦୦୮ ମସିହାରେ ବିରତି ନେଇଥିଲେ । ଏହା ପରଠାରୁ ନିଜ ଅଞ୍ଚଳର ସାମାଜିକ ଓ ମୌଳିକ କାର୍ଯ୍ୟ ପାଇଁ ଆଗେଇ ଆସି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ । ପରେ ପରେ କଂଗ୍ରେସ ପରି ଏକ ଜାତୀୟ ଦଳରେ ଯୋଗଦେଇ ଦଳିୟ କାର୍ଯ୍ୟକ୍ରମକୁ ସୁଚାର ରୂପେ ତୁଲେଇଥିଲେ । ଏହି ଅବସରରେ ଶ୍ରୀ ଶତପଥୀ ତାଙ୍କରି ଉପରେ ଯେଉଁ ଆଶା ଓ ଭରସା ରଖି ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ବିଧାୟକ ରମେଶ ଚନ୍ଦ୍ର ଜେନା, ନରସିଂହ ମିଶ୍ର, ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ତାରା ପ୍ରସାଦ ବହିନୀପତିଙ୍କୁ କୃତଜ୍ଞତା ଜଣାଇଥିଲେ । ଆଗାମୀ ଦିନରେ ଦଳୀୟ କର୍ମୀଙ୍କ ସହଯୋଗରେ ଦଳକୁ ସୁଦୃଡ଼ କରାଯିବା ସହ ଲୋକଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରାଯିବ ବୋଲି ଅବନୀ ମତ ପ୍ରକାଶ କରିଛନ୍ତି ।