ନେତାଜୀ ସୁବାଷ ଚନ୍ଦ୍ର ବୋଷ …

ନେତାଜୀ ନେତାଜୀ ସଭିଙ୍କ ମୁଖରେ
ଥିଲା ସେହି ଏକ ନାମ ,
ଇତିହାସ ମାନସ ପଟରେ ତୁମେ
ରଚିଲ ସୁନ୍ଦର କର୍ମ ….।୧।
କଟକ ମାଟିରେ ଓଡ଼ିଆ ବଜାରେ
ଜନ୍ମି ଥିଲ ତୁମେ ବୀର ,
ତୁମରି ପାଈଁକି କରୁଛୁ ଗରବ
ଉଚେ ଟେକୁ ଆମ ଶିର …।୨।
ଅଠର ଶହ ସତା ଅଶୀ ମସିହା
ଥିଲା ଜାନୁଆରୀ ମାସ ,
ତେଇସି ତାରିଖ ଜନମ ତାହାର
ସେ ଆମ ସୁବାଷ ବୋଷ …।୩।
ପିତା ଥିଲେ ତୁମର ଜାନକୀ ନାଥ
ମାତା ପ୍ରଭାବତୀ ଦେବୀ ,
ବାଳୁତ ଦିନରୁ ଝଲସୁ ଉଠିଲ
ସତେ ଥିଲ ଅବା ରବି …।୪।
ବ୍ରିଟିସ୍ ବିରୋଦ୍ଧି ସ୍ଲୋଗାନ ତୁମର
ଥିଲା ସୁନ୍ଦର ପ୍ରୟାସ ,
ମୋତେ ରକ୍ତ ଦିଅ ମୁଁ ସ୍ଵାଧୀନ ଦେଵି
କହୁଥିଲ ତୁମେ ବୋଷ …।୫।
ଆଜାଦ ହିନ୍ଦ ଫୋୖଜ୍ ଗଢ଼ି କେତେ ଯେ
ବଢ଼ାଇଲ ସ୍ୱାଭିମାନ ,
ତୁମରି ପ୍ରୟାସ ହୋଇଲା ସଫଳ
ଭାରତ ହେଲା ସ୍ଵାଧୀନ …।୬।
ତୁମରି ମରଣ ଆଜିଵି ଅସ୍ପଷ୍ଟ
ସଭିଙ୍କୁ ରହିଛି ଜ୍ଞାତ ,
ତୁମରି ଜନମ ଜୟନ୍ତୀ ଦିନରେ
କରୁଅଛି ଦଣ୍ଡବତ …।୭।
ସ୍ଵାଧୀନ ଭାରତ ବର୍ଷର ସନ୍ତାନ
ତୁମେ ନାୟକ ମହାନ ,
ଗାଉଛୁ ଗାଉଥିବୁ ସଦା ସର୍ବଦା
ତୁମର ଜୟ ଜୟ ଗାନ ..।୮।

ଲେଖକ : ସରୋଜ କୁମାର ଜେନା ,ବାଲିଝରୀ,ନରସିଂହପୁର,କଟକ
ମୋ-୮୦୧୮୫୨୬୫୩୬,୯୩୪୮୭୮୩୭୯୧