ରାୟଗଡାରେ ଜାତୀୟ ଯୁବ ଦିବସ ପାଳିନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ଏକ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା । ମୁଖ୍ୟ ଅତିଥି ଭାବେ ଏସ୍‌ପି ରାହୁଲ ପିଅାର୍‌ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ବତ୍ତମାର୍ନ ଇଣ୍ଟରନେଟ୍‌ଯୁଗରେ ସାଇବର କ୍ରାଇମ ବଢ଼ିବାକୁ ଲାଗିଛି । ତେଣୁ ନିଜ ସହ ପରବାରି ଲୋକଙ୍କୁସଚେତନ କରାଇ ଏଥିରୁ ଦୂରରେ ରୁହନ୍ତୁବୋଲି ଏସ୍‌ପି କହିଥିଲେ । ସେହିଭଳି ସଡକ ସୁରକ୍ଷା ପ୍ରତି ସମସ୍ତେ ସଜାଗ ହେବା ପାଇଁ ପରାମର୍ଶ ଦେଇଥିଲେ । ବାଇକ୍‌ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରିବା ପାଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ପ୍ରଭାତୀ ଝୋଡ଼ିଅା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ଅତିରିକ୍ତ ଆରକ୍ଷ ଅଧ୍ୟକ୍ଷକ ଅଶୋକ କୁମାର ସାହୁ, ରାୟଗଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜକିଶୋର ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, କଲେଜର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭାତ୍ରା ଓ ସୁଶାନ୍ତ କୁମାର ବେହେରାଙ୍କ ସମିତ ଅନ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ