ରାଜ୍ୟର ବର୍ଷିଆନ ନେତା ସ୍ୱର୍ଗତ ଗଦାଧର ଗିରିଙ୍କ ୩୨ତମ ଶ୍ରାଦ୍ଧ ଉତ୍ସବ ପାଳନ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆତ୍ମିକ ବିକାଶର ଉଦ୍ରେକ ନ ହେଲେ ଦେଶର ବିକାଶ ଅସମ୍ଭବ । ଯୁବସମାଜକୁ ସଠିକ୍ ଭାବେ ମାର୍ଗଦର୍ଶନ କରାଯାଇପାରିଲେ ସ୍ୱର୍ଗତ! ଗଦାଧର ଗିରିଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଗଦାଧର ଗିରି ସ୍ୃତି ସଂସଦ ଆନୁକୂଲ୍ୟରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ପୂର୍ବତନ ବିଧାୟକ, ଜନନେତା, ସମାଜସେବୀ, ବିପ୍ଳବୀ ନେତା ସ୍ୱର୍ଗତଃ ଗଦାଧର ଗିରିଙ୍କ ୩୨ତମ ଶ୍ରାଦେ୍ଧାତ୍ସବରେ ବକ୍ତାମାନେ ଯୋଗ ଦେଇ ସମାଜସେବୀ ସଂଜୟ କୁମାର ପାତ୍ର ମତବ୍ୟକ୍ତ କରିବା ସଂଗେ ସଂଗେ ଜାତୀୟ ଯୁବ ଦିବସରେ ଛାତ୍ରୀମାନେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍ମୃତି ପରିସଦର ସଭାପତି ଡ. ରମାକାନ୍ତ ଭଂଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସଂପାଦକ ତଥା ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ପ୍ରାକ୍ ସୂଚନା ଦେବା ସଂଗେ ସଂଗେ ସ୍ୱର୍ଗତଃ ଗିରିଙ୍କ ଜୀବନାବଳୀ ଓ ବିଭିନ୍ନ ଲୋକହିତକର କାର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥିରୂପେ ଶିକ୍ଷାବିତ୍ ବିପିନ ବିହାରୀ ବିଶ୍ୱାଳ, ଅଧ୍ୟକ୍ଷ କମଳାକାନ୍ତ ଚନ୍ଦ ପ୍ରମୁଖ ଯୋଗ ଦେଇ ନାରୀଶିକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ ଦିଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିତ କରିଥିଲେ । ସେମାନେ ହେଲେ ନାମ୍ପୋ ଗ୍ରାମର ବାଣୀଦାସ ମହାପାତ୍ର ଓ ଜାମିନୀକାନ୍ତ ଦତ୍ତ, ପୁରୁଷୋତ୍ତମପୁର ପଂଚାୟତର ବିଜୟ କୁମାର ବେହେରା, ରାଜପୁର ପଂଚାୟତର ଦୁର୍ଗଶଂକର ଭୂୟାଁ, ଗୋବରଘଟ୍ଟା ପଂଚାୟତର ସୁଚିସ୍ମିତା ଗିରି ପ୍ରମୁଖ । ଅଧ୍ୟାପକ ସତ୍ୟମୟ ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ଦେ, ସଂଗ୍ରାମ ପଟ୍ଟନାୟକ, ରତନ କୁମାର ମିଶ୍ର, ସୁଷମା ଚନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା