ନିଖିଳଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ର ଜରୁରୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନରେ ରାଜ୍ୟ ଘରୋଇ ବିଦ୍ୟାଳୟ ସଙ୍ଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଓଡ଼ିଶାରୁ ବିଭିନ୍ନ ଜିଲ୍ଲାରୁ ଶତାଧିକ ବିଦ୍ୟାଳୟର ପ୍ରତିନିଧି ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ସଂଘର ସଭାପତି ଅଜିତ କୁମାର ଦାସ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ । ଏହି ସଭାରେ ସରକାର କିପରି ଘରୋଇ ବିଦ୍ୟାଳୟ ପ୍ରତି ପାତର ଅନ୍ତର ଭାବ ଦେଖେଇ କେତେ ବିଦ୍ୟାଳୟକୁ ସି ଓ ଆର୍ ଦେବାକୁ ଅବହେଳା କରୁଛନ୍ତି ସେ ବିଷୟରେ ଆଲୋଚନା କରାଯାଇ ଥିଲା । ଯଦିଓ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟ ମାନଙ୍କର ନବୀକରଣ ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରି ନବୀକରଣ କରିବାର ଯୋଜନା କରୁଛନ୍ତି । କିନ୍ତୁ ଘରୋଇ ବିଦ୍ୟାଳୟ ମାନେ ସମାଜରେ ପିଲା ମାନଙ୍କୁ ଗୁଣାତ୍ମକ ବିଦ୍ୟାଦାନର ଏକ ମୁଖ୍ୟ ଧାରା ହୋଇ ଥିଲେ ମଧ୍ୟ କରୋନା ଭଳି ଦୁର୍ଦ୍ଦିନରେ ସରକାରଙ୍କ ଠାରୁ କୌଣସି ଆର୍ଥିକ ସହାୟତା ପାଇ ପାରି ନ ଥିଲେ । ଘରୋଇ ବିଦ୍ୟାଳୟ ଦ୍ଵାରା ଓଡ଼ିଶାର ଶିକ୍ଷିତ ଯୁବ ପିଢ଼ିଙ୍କୁ ରୋଜଗାର ଦେବାର ଏକ ପ୍ରକାର ଭୂମିକା କରିଛି । ଆଜି କାଲି ସରକାର ଜାଣି ଶୁଣି ବେସରକାରୀ ବିଦ୍ୟାଳୟକୁ ହଇରାଣ କରିବା ପାଇଁ କେତେକ ନୂଆ ଆଇନ ପ୍ରଣୟନ କରୁଛନ୍ତି ଯାହା ଶିକ୍ଷାଦାନ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ରାଜ୍ୟ ସରକାର ଅଶି ଭାଗ ରେଣ୍ଟ ରେ ଚାଲୁଥିବା ବିଦ୍ୟାଳୟକୁ ସି ଓ ଆର ମିଳି ଥିଲେ ହେଁ ଅଦ୍ୟବତ ଆଉ କୋଡ଼ିଏ ପ୍ରତିଶତ ବିଦ୍ୟାଳୟକୁ ମିଳି ନାହିଁ ।ଶେଷରେ ଓ ପେ ସା ର ଚେୟରମେନ ସତ୍ୟ ମିଶ୍ର ଏହା ନିଷ୍ପତି ନେଲେ ଯେ ଚଳିତ ମାସ ୨୧/୦୭/୨୩ ରିଖ ଦିନ ବିଧାନସଭା ସମ୍ମୁଖରେ ଏକ ଧାରଣା ପ୍ରଦର୍ଶନ କରାଯିବା ସହ ଓଡ଼ିଶାରେ ସମସ୍ତ ପ୍ରାଇଭେଟ୍ ସ୍କୁଲ ବନ୍ଦ ରଖାଯିବ । ଚେୟାରମେନ ତାଙ୍କ ଉକ୍ତିରେ ଏହା ସ୍ପଷ୍ଟ କଲେ ଯେ ଯଦି ଏପରି ଭାବରେ ସରକାର ପାତର ଅନ୍ତର କରନ୍ତି ତା ହେଲେ ଭବିଷ୍ୟତରେ ଏହା ଏକ ଉଗ୍ର ରୂପ ନେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଶେଷରେ ସଭାପତି ଉପସ୍ଥିତ ଚେୟାରମେନ୍ ସତ୍ୟନାରାୟଣ ମିଶ୍ର, ସମ୍ପାଦକ ଅବନ୍ତି କୁମାର ସୁତାର ଏବଂ ଅ ପୋ ଷା ର କର୍ମ କର୍ତ୍ତା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣେଇ ଥିଲେ ।

ରିପୋର୍ଟ : ରଜତ କୁମାର ମହାପାତ୍ର