ଆସିକା ବିଜ୍ଞାନ ମହାବିଦ୍ୟାଳୟର ୧୧ ସ୍ନାତକ ହିନ୍ଦୀ ଭାଷା ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଫଳତା

ଆସିକା(ସମୃଦ୍ଧ ଓଡିଶା) ଶିକ୍ଷାକ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ଅଧ୍ୟବସାୟ ହିଁ ସଫଳତାର ମୂଳମନ୍ତ୍ର ବୋଲି ଆଜି ପ୍ରମାଣିତ ହୋଇଛି I ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏଗାର ଜଣ ହିନ୍ଦୀ ଭାଷା ସାହିତ୍ୟ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀରେ ଶ୍ରେଷ୍ଠତମ ତାଲିକାରେ ସଫଳତା ହାସଲ କରିଛନ୍ତି। ଏ. ବାସୁଦେବ ପାତ୍ର ହିନ୍ଦୀ ଭାଷା ସାହିତ୍ୟ ସମ୍ମାନରେ ମୋଟ ମାର୍କ୍ସ ୧୨୮୩ ଏବଂ ଶତକଡା ୯୧.୫୭ ରଖି ସର୍ବ ପ୍ରଥମ ସ୍ଥାନ ଅଳଂକୃତ କରିଛନ୍ତି। ଏ. ବାସୁଦେବ ପାତ୍ର ଆସିକା ବ୍ଳକ୍ ଗୋଲାପଲ୍ଲୀ ଗ୍ରାମର ଏ. ଭୀମ ପାତ୍ର ଓ ଏ. ସାବିତ୍ରୀ ପାତ୍ରଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି। ସେହିପରି ପ୍ରତିଭା ନାହାକ (୧୨୭୬) ଦ୍ବିତୀୟ ସ୍ଥାନ, ୩ୟ ଉମାଦେବୀ ବିଶୋୟୀ (୧୨୫୯), ୪ର୍ଥ ଜସମିନ୍ ରାଉତ(୧୨୫୬), ୫ମ ସୁଜ୍ଞାନୀ ନାହାକ (୧୨୧୯), ୬ଷ୍ଠ ରେ ଦୁଇଜଣ ତାରିଣି ଚରଣ ସ୍ବାଇଁ ଏବଂ ନିବେଦିତା ଗୌଡ଼, ୭ମ ପି. ଶୁସାନ୍ତ ପାତ୍ର (୧୨୦୬), ୮ମ ଅର୍କେଶ୍ କୁମାର ଶତପଥି (୧୧୮୧), ୯ମ ଶୁଭମ କାମ୍ପ (୧୧୬୮)ଏବଂ ୧୦ମ ସ୍ଥାନରେ ଦୂର୍ଗାମାଧବ ପାଢ଼ୀ (୧୦୮୬) ଅଛନ୍ତି। କଲେଜର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେ ଏହି ସଫଳତାର ଶ୍ରେୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ଏବଂ ଯୋଜନାବଦ୍ଧ ଶୈକ୍ଷିକ ପରିବେଶ ତଥା ହିନ୍ଦୀ ବିଭାଗର ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ, ଅଧ୍ୟାପିକା ଶ୍ରୀମତୀ ଜିନିତ୍ ସବା ତଥା ସୁଶ୍ରୀ କୁନିକା ଦାଶ ଏବଂ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଅର୍ପଣ କରିଛନ୍ତି। ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ତଥା ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ବଳିଷ୍ଠ ତତ୍ତ୍ବାବଧାନରେ ଏବଂ ନିଜର ଅଧ୍ୟବସାୟରେ ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ପାତ୍ର ଉକ୍ତ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି। ତେଣୁ ମହାବିଦ୍ୟାଳୟରେ ହିନ୍ଦୀ ଭାଷା ସାହିତ୍ୟ ସ୍ନାତକୋତର ପାଠ୍ୟକ୍ରମର ଶୁଭାରମ୍ଭ ହୋଇପାରିଲେ ହିନ୍ଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୟଳମୟ ହୋଇପାରିବ ବୋଲି ଆସିକା ଅଞ୍ଚଳର ହିନ୍ଦୀ ବିଦ୍ୟାର୍ଥୀ ମହଲରେ ଆଗ୍ରହର ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଥାଉ କି ଆଜି ସୁଦ୍ଧା ଦୀର୍ଘ ତେର ବର୍ଷ ଧରି ହିନ୍ଦୀ ବିଭାଗ ତାର ସୁଯୋଗ୍ୟ ଛାତ୍ର ଛାତ୍ରୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ତାଲିକାରେ ଏବଂ ଦୁଇ ବର୍ଷ ଧରି ଶ୍ରେଷ୍ଠତମ କଳାରେ ଗୋଲ୍ଡ ମେଡାଲ୍ ପାଇ ଆସୁଛନ୍ତି। ଏହି ପରି ଅନୁରୂପ ଉକ୍ତ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନର ଦୁଇ ଜଣ ଛାତ୍ର ଛାତ୍ରୀ ବାଂଛାନିଧି ଶବର (୧୧୯୬) ୪ର୍ଥ ସ୍ଥାନ ଏବଂ ସ୍ମିତା ମହାନ୍ତି ( ୧୧୯୩) ରଖି ୬ଷ୍ଠତମ ସ୍ଥାନରେ, ଇଁରାଜୀ ବିଭାଗର ଜନୈକ ଛାତ୍ର ଦେବାଶିଷ ଜେନା (୧୧୩୦) ନମ୍ବର ରଖି ୨ୟ ସ୍ଥାନରେ ଅଛନ୍ତି ଏବଂ ବାଣିଜ୍ୟ ବିଭାଗର ଜନୈକ ଛାତ୍ର ପ୍ରଦୀପ୍ତ ରଞ୍ଜନ ପାଢ଼ୀ (୧୧୬୫) ନମ୍ବର ରଖି ୧୦ମ ସ୍ଥାନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଟପ୍ପର ତାଲିକାରେ ଅଛନ୍ତି। ସମସ୍ତେ ଏହି ସଫଳତାର ଶ୍ରେୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ଏବଂ ଯୋଜନାବଦ୍ଧ ଶୈକ୍ଷିକ ବାତାବରଣ ଏବଂ ବିଭାଗୀୟ ଅଧ୍ୟାପକ ତଥା ଅଧ୍ୟାପିକାଙ୍କ ତତ୍ତ୍ବାବଧାନରେ ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ