ନାଟକ ଏକାଡେମୀର ନାଟକ “ଧର୍ମପୁତ୍ର”ର ବହି ପୂଜା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟକ ଏକାଡେମୀର ଏକ ଭିନ୍ନ ସ୍ୱାଦର ନାଟକ “ଧର୍ମପୂଜା”ର ବହିପୂଜା ବ୍ରହ୍ମପୁର ହିଲପାଟଣା ସ୍ଥିତ ଅନେଷା କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି l ଲିଙ୍ଗରାଜ ନାହକଙ୍କ ରଚିତ ଏହି ନାଟକର ବହି ପୂଜା ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ନାଟ୍ୟପ୍ରଦୀପ ମଦନ ମିଶ୍ର ଓ ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଅନୀଲ କୁମାର ପାତ୍ର ଶୁଭ ଆରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଅଭିନୟ ଜଗତର ସମ୍ପାଦକ ଡ଼କ୍ଟର ମିହିର କୁମାର ତ୍ରିପାଠୀ, ଶ୍ୱାସତୀର ସମ୍ପାଦକ ରାମ ଚନ୍ଦ୍ର ଶାସମଲ, ପ୍ରହଲ୍ଲାଦ ନାଟକ ନିର୍ଦ୍ଦେଶକ ପ୍ରମୋଦ କୁମାର ନାହାକ, ନାଟ୍ୟକାର ସୁବାସ ମହାରଣା, ମଞ୍ଚ ନିର୍ଦ୍ଦେଶକ ଶଙ୍କର୍ଷଣ ସାବତ, ଇଷାର ନିର୍ଦ୍ଦେଶକ ସନ୍ୟାସୀ ମହାରଣା, ରତ୍ନାକର ସିଓ, ବରିଷ୍ଠ ଅଭିନେତ୍ରୀ ଆରତୀ ପାତ୍ର, ଟୁଟୁ ପାଢ଼ୀ, ସୁଧାକର ମହାରଣା, କୈଳାସ ପାଣିଗ୍ରାହୀ, ମିଲୁ ଆଚାର୍ଯ୍ୟ, ପ୍ରୀତି ରଞ୍ଜନ ପ୍ରଧାନ, ମଧୁସୂଦନ ମିଶ୍ର, ଅଭିମନ୍ୟୁ ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ବହୁ କଳାକାର ଉପସ୍ଥିତ ଥିଲେ l ଅନେଷା କଳା କେନ୍ଦ୍ର ନିର୍ଦ୍ଧେଶିକା ଉଷାରାଣୀ ମହାପାତ୍ର ସମସ୍ତ ସହଯୋଗ କରିଥିଲେ l ଆସନ୍ତା ଫେବୃଆରୀ ୭ ତାରିଖରେ ବ୍ରହ୍ମପୁର ସ୍ଥିତ ପ୍ରକାଶମ ମହଲରେ ନାଟକଟି ମଞ୍ଚସ୍ଥ ହେବ, ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହାକୁ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିବାକୁ ଅନୀଲ କୁମାର ପାତ୍ର ନିବେଦନ କରିଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା