ଵ୍ରହ୍ମପୁର ଝାମୀ ମନ୍ଦିର ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ…

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଵ୍ରହ୍ମପୁର ଝାମୀ ଏଲେମା ମନ୍ଦିର ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଝାମୀ ମନ୍ଦିର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କମିଟି କର୍ମକର୍ତ୍ତାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମେତ ମନ୍ଦିରର ଉନ୍ନତି ଓ ଆଗାମୀ ଦିନରେ ହେବାକୁ ଥିବା ଝାମୀ ଯାତ୍ରା କିଭଳି କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ସେନେଇ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ । ଏହି ଅବସରରେ ଗୌରାଙ୍ଗ ଚୌଧୁରୀ, ଲଳିତ ମହୋନ ମଙ୍ଗରାଜ, ନୀଳମଣି ପୃଷ୍ଟି, ସୁରେଶ କୁମାର ସାହୁ, ଅସିତ ପଣ୍ଡା, ଲଲଟେନ୍ଧୁ ଚୌଧୁରୀ, କେ. ରାମଜି ପଟନାୟକ, ନବ କିଶୋର ମହାପାତ୍ର, ଜଗନ୍ନାଥ ବେହେରା, ଅନୀଲ କୁମାର ପାଢୀ, ବିଦ୍ୟାଧର ପୃଷ୍ଟି, ରମେଶ ଚନ୍ଦ୍ର ଦାସ, ଅନିଲ ଚୌଧୁରୀ, ଟୁଟୁ ଦାସ, ଦୁର୍ଗା ମାଧବ ସୁବୁଦ୍ଧି, ଦେବାନନ୍ଦ ପଣ୍ଡା, ମୋନଜ କୁମାର ଦାସ, ଭଗବାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା